ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନର ବିଜ୍ଞପ୍ତି ଜାରି
ଖୋଲିବାକୁ ଥିବା ଓ ବନ୍ଦ ରହିବାକୁ ଥିବା ସେବାଗୁଡିକ ବିଷୟରେ ଜାଣନ୍ତୁ
ଦେଶରେ ଚଳିତ ମାସ ୪ ତାରିଖରୁ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପରିପ୍ରେକ୍ଷୀରେ ଜାରି ନିର୍ଦେଶନମା ର ଅନୁପାଲନ ନିମନ୍ତେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଆଜି ଏକ ପ୍ରେସ
ବିଜ୍ଞପ୍ତି ଜାରି କରିଛନ୍ତି।
ଅନୁଗୁଳ ଜିଲ୍ଲା ସବୁଜ ଜୋନରେ ସ୍ଥାନ ପାଇଛି।
ପୂର୍ବ ନିର୍ଦେଶନମା ପରି ଏଥର ମଧ୍ୟ ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ, ସପିଙ୍ଗ ମଲ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଙ୍ଗ ପୁଲ, ପାର୍କ, ବାର,ସମାଗମ ପ୍ରକୋଷ୍ଠ, ଜନସମାଗମ କାର୍ଯ୍ୟ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଧାର୍ମିକ ପୂଜାସ୍ଥଳୀ, ବସ ଚଳାଚଳ ଆଦି ବନ୍ଦ ରହିବ।ରାସ୍ତା ପାର୍ଶ୍ୱରେ ବିକ୍ରି ଜରୁଥିବା ଦୋକାନ ବନ୍ଦ ରହିବ।
ଉପରୋକ୍ତ ପ୍ରତିବନ୍ଧିତ କାର୍ଯ୍ୟକ୍ରମ ଓ ପ୍ରତିଷ୍ଠାନ ଆଦିକୁ ଛାଡିଦେଲେ ବାକି ସମସ୍ତ ଦୋକାନ ବଜାର ଖୋଲିପାରିବ।ଜିଲ୍ଲା ଭିତରେ ବସକୁ ଛାଡି ଅନ୍ୟ ସବୁ ଗାଡି ଚଳାଚଳ କରିପାରିବ।ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡିକ କେବଳ ପାର୍ଶଲ ଖାଦ୍ୟ ହୋମ ଡେଲିଭରି ମାଧ୍ୟମରେ ଦେଇପାରିବେ।ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକ ଅନଲାଇନ ମାଧ୍ୟମରେ ଶିକ୍ଷା ଦେଇପାରିବେ।
ଗ୍ରାମାଞ୍ଚଳ ରାସ୍ତା ଯୋଜନା, ରେଳ ଲାଇନ ଓ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ, ସରକାରୀ ଓ ବେସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଚାଲୁ ରହିବ।ସହରାଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ସେହି ଅଞ୍ଚଳ ବାହାରୁ ଶ୍ରମିକ ଆସି ପାରିବେ ନାହିଁ, କିନ୍ତୁ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ବାହାର ଜିଲ୍ଲାର ଶ୍ରମିକ ଅଣାଯାଇପାରିବ।
ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବ୍ୟକ୍ତି ଯଥା ପାଇପ ମିସ୍ତ୍ରୀ,ଇଲେକ୍ଟ୍ରିସିଆନ,କାରପେଣ୍ଟର, ମୋଟର ମେକାନିକ ଆଦି ଘରକୁ ଘର ଯାଇ ସେମାନଙ୍କ ସେବା ଯୋଗାଇ ଦେଇ ପାରିବେ।
ଜିଲ୍ଲା ଏବଂ ରାଜ୍ୟ ବାହାରକୁ ଯିବାକୁ ଇଚ୍ଛୁକ ବ୍ୟକ୍ତି ସମ୍ପୃକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ନିକଟରୁ ଆବଶ୍ୟକ ଅନୁମତି ନେଇ ପାରିବେ।୬୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଦଶ ବର୍ଷରୁ କମ ବୟସର ଶିଶୁଙ୍କୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।ଦୁଇ ଚକିଆ ଯାନରେ ଜଣେ ଓ ଚାରି ଚକିଆ ଯାନରେ ଚାଳକ ଓ ଅନ୍ୟ ଦୁଇଜଣ ଯାତ୍ରା କରିପାରିବେ।
ଖୋଲାଯିବାକୁ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସକାଳ ୭ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଖୋଲା ରହିପାରିବ।ଏହି ସମୟରେ ସର୍ବାଧିକ ୫୦% କର୍ମଚାରୀ ଉପସ୍ଥିତ, ସାମାଜିକ ଦୂରତା ଅବଲମ୍ବନ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ।ଏହାର ଖିଲାପ ହେଲେ ସମ୍ପୃକ୍ତ ଦୋକାନକୁ ବନ୍ଦ କରାଇ ଦିଆଯିବ।ସର୍ବସାଧାରଣ ସ୍ଥାନରେ ଛାପ ପକାଇବା ଦଣ୍ଡନୀୟ ଅପରାଧ।
ଉପରୋକ୍ତ କୌଣସି ନିୟମାବଳୀ ଓ ନିର୍ଦେଶନାମା ର ଉଲ୍ଲଂଘନ ପରିଦୃଷ୍ଟ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।