Webportal

ଡାକ୍ତର ଦେଲେ ଜୀବନ ଦାନ

sanitry
0 642

ନୂତନ ଜୀବନ ପାଇଲେ ସୌଭାଗ୍ୟ ।ତିନି ଡାକ୍ତରଙ୍କ ଯୋଗୁଁ ବଞ୍ଚିଲା ଜୀବନ । ଅନୁଗୁଳ ଜିଲ୍ଲା କୁଇଓ ଗ୍ରାମର  ଦଶମ ଶ୍ରେଣୀର ଛାତ୍ର ସୌଭାଗ୍ୟ ଦେହୁରୀଙ୍କ ତଣ୍ଟିରେ ଗୋଟିଏ ମାଛ ଲାଗିଯାଇଥିବାରୁ ସେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବେଳେ ଅନୁଗୁଳ ସରକାରୀ ଡାକ୍ତରଖାନା ରେ ଡାକ୍ତର ମାନେ କଣ୍ଟା କାଢ଼ିପାରିଲେ ନାହିଁ । ତେବେ ଜିଲ୍ଲାର ଲୋକଙ୍କ ଦୁଃଖ ସୁଖରେ ସାହାର୍ଯ୍ୟ କରୁଥିବା କିଛି  ସମାଜସେବୀଙ୍କ ଅନୁରୋଧ କ୍ରମେ ଚନ୍ଦନ ନର୍ସିଂହୋମ ର ଡାକ୍ତର ସୋମନାଥ ଗଡ଼ନାୟକ, ଡାକ୍ତର ଉମେଶ ଦାଶ ଓ ନିଶା ଡାକ୍ତର ସୌଭାଗିନୀ ପରିଡା ତାର ଅସ୍ତ୍ରୋପଚାର କରି ମାଛ ଟିକୁ କାଢ଼ିଛନ୍ତି । ଅସ୍ତ୍ରୋପଚାର କରି ସୌଭାଗ୍ୟଙ୍କ ନୂତନ ଜୀବନ ପାଇଥିବାରୁ ସମାଜସେବୀ,ପରିବାର ବର୍ଗ ଓ  ଜନସାଧାରଣ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Square Ad 1
Leave A Reply

Your email address will not be published.