Webportal

ବାଇକ ରେ ବୁହାହେଲା ମୃତଦେହ

sanitry
0 360

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଶବ ବାହକ ଗା଼ଡି ନ ଆସିବାରୁ ସମ୍ପର୍କୀୟ ଲୋକେ ଏକ ବାଇକ୍‌ରେ ମୃତଦେହ ନେଇ ସଂସ୍କାର କରିଛନ୍ତି। ଏହି ଘଟଣା ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।ଘଟଣାରୁ ଜଣାପଡ଼ିଛି, କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଗରୁଡ଼ ଗ୍ରାମର ଟଙ୍କଧର ସାହୁ (୪୦) କଟକସ୍ଥିତ ଏକ ହୋଟେଲରେ ଶ୍ରମିକ ଭାବେ କାମ କରୁଥିଲେ। କିଛିଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା। ବୁଧବାର ସକାଳେ ସେ ଘରକୁ ଆସିଥିଲେ। ଅସୁସ୍ଥ ଥିବାରୁ ପରିବାର ଲୋକେ ତାଙ୍କୁ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଘରକୁ ନେବାକୁ ପରିବାର ଲୋକ ଶବବାହକ ଗାଡ଼ି ସହ ଯୋଗାଯୋଗ କରିଥିଲେ। କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଗାଡ଼ି ନ ଆସିବାରୁ ଶେଷରେ ସମ୍ପର୍କୀୟମାନେ ବାଇକ୍‌ ଯୋଗେ ମୃତଦେହ ଘରକୁ ନେଇଥିଲେ।  ଏ ସମ୍ପର୍କରେ ଆଠମଲ୍ଲିକ ଉପଜିଲାପାଳ ସୁବାସଚନ୍ଦ୍ର ରାୟ କହିଛନ୍ତି, ମୋ ପାଖରେ ଏ ନେଇ କୌଣସି ଅଭିଯୋଗ ହୋଇନାହିଁ। ଶବବାହାକ ଗାଡ଼ି ସବୁବେଳେ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ରହିଛି। ମୃତଦେହ ନେବାକୁ ଗାଡ଼ି କାହିଁକି ଗଲା ନାହିଁ ତାହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

Square Ad 1
Leave A Reply

Your email address will not be published.