ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଧୁକୁଟା ଗ୍ରାମର ବନଦୁର୍ଗା ମନ୍ଦିର ନିକଟରେ ଯୁବକଙ୍କ ତଣ୍ଟି କଟା ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଅନୁଗୋଳ ଥାନା ବାଳୁଆକଟା ଗ୍ରାମର ବିକାଶ ଦେହୁରୀ ବୋଲି ଜଣାପଡିଛି । ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ସେଠାରେ ମୃତ ଦେହ ପଡିଥିବା ଦେଖି ବନ୍ତଳା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ତଣ୍ଟି କଟା ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୁଦା ମୂଳରେ ମୃତ ଦେହ ପଡି ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ ଯାହା ଜଣା ପଡୁଛି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।