ଆଜି ଅନୁଗୁଳ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ସହ ଜିଲ୍ଲାରେ ପଜିଟିଭ ସଂଖ୍ୟା ପହଂଚିଲା ୩୩୯ ରେ।ଏମାନଙ୍କ ମଧ୍ୟରେ ଦୁଇ ଜଣ ବନରପାଲ ବ୍ଲକ ଓ ଜଣେ କଣିହାଁ ବ୍ଲକ ଅଞ୍ଚଳରୁ ଅଛନ୍ତି।ଜଣେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି, ଜଣେ ସଂଗରୋଧ ଅବସ୍ଥାରେ ଓ ଆଉ ଜଣେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି।ଦୁଇ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଆଉ ୬ ଜଣ ସୁସ୍ଥ ହେବା ସହିତ ଜିଲ୍ଲାରେ ସୁସ୍ଥଙ୍କ ସଂଖ୍ୟା ପହଁଚିଛି ୨୨୬ ରେ।