Webportal

ବାତ୍ୟା ପର କ୍ଷତି ଆକଳନ

sanitry
0 193

ଆଜି ରାଜ୍ୟ ର ୩ଟି ଜିଲ୍ଲାରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତିର ଆକଳନ କରୁଛନ୍ତି ୨ କେନ୍ଦ୍ରୀୟ ଟିମ୍ । ପୁରୀ, ଖୋର୍ଦ୍ଧା ଓ କଟକରେ ସ୍ଥିତି ପରଖୁଛନ୍ତି କେନ୍ଦ୍ରୀୟ ଟିମ୍ । ଆଜି କଟକ ଜିଲ୍ଲାର ଦୁଇଟି ବ୍ଲକ କଣ୍ଟାପଡା ଓ ନିଆଳି ବ୍ଲକର ବିଭିନ୍ନ ଗ୍ରାମ ବୁଲି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୫ ଜଣିଆ କେନ୍ଦ୍ରୀୟ ଟିମ ଆଜି ସକାଳ ୯ ସମୟରେ କଟକ ଜିଲ୍ଲାପାଳଙ୍କ ନେତୃତ୍ବରେ ସମେତ କେନ୍ଦ୍ରୀୟ ଟିମ ର ୫ ଜଣିଆ ସଦସ୍ୟ କଟକ ଜିଲ୍ଲାର କଣ୍ଟାପଡ଼ା ବ୍ଲକରେ ପହଞ୍ଚି କଣ୍ଟାପଡ଼ା ବ୍ଲକର ବାଇରୋଇ ଗ୍ରାମର ମଲ୍ଲିକ ସାହି ଓ ଭୋଇ ସାହି ପରିଦର୍ଶନ କରି ବାତ୍ୟାରେ ଭାଙ୍ଗିଥିବା ଘର ଅନୁସନ୍ଧାନ କରିବା ସହିତ ରିଲିଫ୍ ସାମଗ୍ରୀ ମିଳିଛି ନା ନାହିଁ ପଚାରି ବୁଝିଥିଲେ ପରେ କଣ୍ଟାପଡ଼ା ବ୍ଲକର ଅଡଶପୁର ପଞ୍ଚାୟତ ର ସଳେଇ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ନିଆଳି ବ୍ଲକ ଅଭିମୁଖେ ବାହାରିଥିଲେ । ନିଆଳି ବ୍ଲକର ଅଁଳୋ ପଞ୍ଚାୟତ ର କପିଳେଶ୍ୱର ଗ୍ରାମରେ କେନ୍ଦ୍ରୀୟ ଟିମ ପହଞ୍ଚି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ସେଠାରୁ ମାଧବ ପଞ୍ଚାୟତ ର ମୁଣ୍ଡାସାହି ଓ ବାଲିସାହି ରେ ପହଞ୍ଚି ସେଠାରେ ବାତ୍ୟା ର ସ୍ଥିତି ଅନୁଧ୍ୟାନ କରିବା ପରେ ରତନପୁର ପଞ୍ଚାୟତ ର ବାଘସାହି ଓ କୋଟାପଡା ଓ ଭୋଇ ସାହି ଯାଇ ବୁଲି ଦେଖିବା ସହ ଅନ୍ୟ ଏକ ଟିମ୍ ପ୍ରଭାବିତ ପୁରୀ ଜିଲ୍ଲାର ଅବଶିଷ୍ଟ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି । ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ସମୀକ୍ଷା କରୁଥିବା ୧୧ ଜଣିଆ କେନ୍ଦ୍ରୀୟ ଟିମ୍ କାଲି ସକାଳେ ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତିର ଆକଳନ କରିବେ ବୋଲି ଜଣାପଡିଛି ।

Square Ad 1
Leave A Reply

Your email address will not be published.