ଅନୁଗୁଳ ବ୍ଲକ ଶରଧାପୁର ଗାଁରେ କୋଭିଡ ରୋଗୀଙ୍କୁ ଡାକ୍ତରଖାନା ନେବାକୁ କେନ୍ଦ୍ର କରି ଉତେଜନା। ଶତାଧିକ ଗ୍ରାମବାସୀ ଦୁଇଟି ଆମ୍ବୁଲାନ୍ସକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ଖବର ପାଇ ଗାଁକୁ ପୋଲିସ ପହଂଚି ଥିଲା। କିନ୍ତୁ ଲୋକେ ପୋଲିସ ସହ ମଧ୍ୟ ଯୁକ୍ତି କରିଥିଲେ। ଶେଷରେ ଆମ୍ବୁଲାନ୍ସ କରୋନା ସଂକ୍ରମିତ ଙ୍କୁ ଆଣି ନପାରି ଫେରି ଆସିଥିଲା।ପୋଲିସ ମଧ୍ୟ ନିରୁପାୟ ହୋଇ ଫେରି ଆସିଥିଲେ। ଗ୍ରାମବାସୀ ଅଭିଯୋଗ କରିଛନ୍ତିଯେ କିଛି ଦିନ ପୁର୍ବେ ଗାଁର ଜଣେ ବୃଦ୍ଧଙ୍କୁ କରୋନା ପଜିଟିଭ ଥିବା କହି ସ୍ୱାସ୍ଥ୍ୟ ବିଭାଗ କୋଭିଡ ହସ୍ପିଟାଲକୁ ନେଇଥିଲା। କିନ୍ତୁ ସେଠାରେ ୪ଦିନ ରଖିବା ପରେ ଘରକୁ ଆଣି ଛାଡି ଦେଇଥିଲା। ଏହାପରେ ଗାଁର ପ୍ରାୟ ୧୪୦ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା। ଦୁଇ ଦିନ ପୁର୍ବେ ସ୍ଥାନୀୟ ସରପଞ୍ଚ ସମସ୍ତଙ୍କର ନେଗେଟିଭ ଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ଫଳରେ ଲୋକେ ନିଶ୍ଚିନ୍ତ ହୋଇ ମିଳାମିଶା କରିଥିଲେ। କିନ୍ତୁ ହଠାତ ଆଜି ସକାଳେ ସରପଞ୍ଚ ଗାଁର ୧୨ଜଣ ପଜିଟିଭ ଥିବା ଲୋକଙ୍କୁ କହିଥିଲେ। ସେତେବେଳକୁ ସମସ୍ତେ ସମସ୍ତଙ୍କ ସହ ମିଶା ମିଶି କରି ସାରିଥିଲେ। ଅପରାହ୍ନ ପ୍ରାୟ ୫ଟା ସମୟରେ ୧୨ଜଣ ସଂକ୍ରମିତାଙ୍କୁ କୋଭିଡ ହସ୍ପିଟାଲକୁ ନେବା ପାଇଁ ଗାଁରେ ଦୁଇଟି ଆମ୍ବୁଲାନ୍ସ ପହଂଚି ଥିଲା। ଆମ୍ବୁଲାନ୍ସରେ ଥିବା କର୍ମଚାରୀ ମାନେ କାହାକୁ ନେବେ ସେମାନଙ୍କ ପାଖରେ କୌଣସି ତାଲିକା ନଥିଲା। ଏହାକୁ ନେଇ ଗାଁରେ ଉତେଜନା ସୃଷ୍ଟି ହୋଇଥିଲା।