Webportal

ଚାକିରିରୁ ଛଟେଇ ବିରୁଦ୍ଧରେ ପ୍ରତିବାଦ

sanitry
0 146

କୋଭିଡ କାର୍ଯ୍ୟ ରେ ନିୟୋଜିତ ଠିକା ପାରା ମେଡ଼ିକାଲ ଷ୍ଟାପ ଙ୍କୁ ଚାକିରୀ ରୁ ଛଟେଇ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଆଜି ଦେଖିବାକୁ ମିଳିଛି ପ୍ରତିବାଦ । ଛଟେଇ ହୋଇଥିବା ପାରା ମେଡ଼ିକାଲ ଷ୍ଟାପ ଆଜି ଅନୁଗୋଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ପ୍ରତିବାଦ ଶୋଭା ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଛନ୍ତି। ଏବେ ଚାକରି ଯିବା ପରେ ସେମାନେ କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ନିଜର ଚାକିରୀ ଫେରି ପାଇବାକୁ ସେମାନେ ଦାବି କରିଛନ୍ତି। ଅନୁଗୋଳ ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୮ ଜଣ ପାରା ମେଡ଼ିକାଲ ଷ୍ଟାପ ଙ୍କୁ ନିଯୁକ୍ତି ଦିଆଯାଇଥିଲା ।ଗତ ମାସ ୩୧ ତାରିଖରୁ ସେ ମାନଙ୍କୁ ଛଟେଇ କରିଦିଆଯାଇଛି।ଏନେଇ ସେମାନେ ଏକ ଦାବି ପତ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି।

Square Ad 1
Leave A Reply

Your email address will not be published.