Webportal

ଭ୍ୟାକ୍ସିଂନ ନିର୍ମାଣକାରୀଙ୍କୁ ଧମକ:ଭୟରେ ଛାଡିଲେ ଦେଶ

sanitry
0 277

ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ କରିଛନ୍ତି । ଦେଶରେ ୨ଟି କମ୍ପାନୀର ଟିକାକରଣ ଚାଲିଥିବା ବେଳେ କୋଭିସିଲ୍ଡ ବିତରଣକୁ ନେଇ ପୁନାୱାଲାଙ୍କ ଉପରେ ପ୍ରେସର୍ ପଡ଼ୁଥିବା ସେ କହିଛନ୍ତି । ଫୋନରେ ତାଙ୍କୁ ଧମକ ମିଳୁଛି । ସମସ୍ତେ ଭାବୁଛନ୍ତି ସେମାନେ ଟିକା ନେବା ଦରକାର । ଟିକା ନମିଳିଲେ ଧମକ ଦେଉଛନ୍ତି ।ଭାରତରେ ଭ୍ୟାକ୍ସିନ୍ ପାଇଁ ବଢ଼ୁଥିବା ଚାପକୁ ଦେଖି ପୁନାୱାଲା ଲଣ୍ଡନ ପଳାଇଥିବା ଜଣାପଡ଼ିଛି । ଧମକପୂର୍ଣ୍ଣ ସ୍ଥିତିରେ ମୁଁ ଭାରତରେ ରହିବାକୁ ଚାହୁଁନି ବୋଲି ପୁନାୱାଲା କହିଛନ୍ତି । ସବୁକିଛି ମୋ କାନ୍ଧ ଉପରେ ଛାଡ଼ି ଦିଆଯାଇଛି ବୋଲି କହିଛନ୍ତି ପୁନାୱାଲା ।

Square Ad 1
Leave A Reply

Your email address will not be published.