Webportal

ସନ୍ଦେହରେ ମନ୍ଦିର ପରିସରରୁ ଚୋରି

sanitry
0 165

 

ଜଗନ୍ନାଥଙ୍କ ମେଘନାଦ ପାଚେରୀ ଭିତରୁ ମନ୍ଦିର ବେଢା ମଧ୍ୟରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ ଚୋରୀ ହେବା ଘଟଣା କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରାପଡା ଜିଲା ରାଜନଗର ଥାନା କେରେଡାଗଡର ପ୍ରାଚୀନ ଜଗନାଥଙ୍କ ମନ୍ଦିର ବେଢା ମଧ୍ୟରୁ କେହି ଦୁର୍ବୃତ୍ତ ଏକ ବିଶାଳ ଚନ୍ଦନ ଗଛକୁ  ରାତିରେ କାଟି ନେଇଥିବା  ମନ୍ଦିରର ବିଶୋଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ଲକ୍ଷାଧିକ ଟଙ୍କାର ଏହି ବିଶାଳ ଓ ବିରଳ ଚନ୍ଦନ ଗଛକୁ କାଟିବାରେ ମେସିନ କରତ ବ୍ୟବହାର ହୋଇଥିବା ଜଣାପଡିଛି । ମନ୍ଦିରର ଚାରିପାଖରେ ମେଘନାଦ ପ୍ରାଚୀର ପରି ପାଚେରୀ ରହିଥିବା ଓ ସମ୍ମୁଖ ଓ ପଛ ଦ୍ଵାରରେ କବାଟ ବନ୍ଦ ଥିବା ବେଳେ ମନ୍ଦିର ପରିସରରୁ କିପରି ଦୁର୍ବୃତ୍ତ ମାନେ ଏଡେ ବିଶାଳ ଗଛକୁ କାଟିନେଇ ଫେରାର ହୋଇଯିବାକୁ ସକ୍ଷମ ହୋଇଛନ୍ତି । ଏହାଛଡା ମନ୍ଦିର ପରିସରରେ ସବୁଦିନପରି ମନ୍ଦିରର ବଡପଣ୍ଡା ସୁକଦେବ ଦାସ , ପତ୍ରୀ ସୋମନାଥ ଷଢଙ୍ଗୀ , ପାଇକ ନିରଞ୍ଜନ ରାଉତ ଓ ଅରୁଣ କୁମାର ରାଉତ , ଟହଲିଆ ଘୁନ ବାରିକ ଆଦି ଠାକୁରଙ୍କର ସେବକ ମାନେ ଶୋଇଥିଲେ । ହେଲେ ଏତେବଡ ଗଛ କଟାଯାଇ ମନ୍ଦିର ଗେଟ ଖୋଲି ଦୁର୍ବୃତ୍ତମାନେ ଗଛଟିକୁ ନେଇ ପାରିଲେ ତାହା କେରେଡାଗଡ ଗ୍ରାମବାସୀ ମାନଙ୍କୁ ଚକିତ କରିଛି । ଗ୍ରାମବାସୀମାନଙ୍କ ସନ୍ଦେହର ଆଖି ମନ୍ଦିର ପରିଚାଳନା କମିଟି ଓ ସେବାୟତଙ୍କ ଉପରେ ଘୁରିବୁଲୁଛି । ମନ୍ଦିରଟି କନିକା ରାଜାଙ୍କ ପରିଚାଳନାଧିନ ରହିଛି । ତେବେ ଯେଉଁ ଢଙ୍ଗରେ ଗଛଟି ଲୁଟ ହୋଇଛି ତାହା ସମ୍ପୂର୍ଣ୍ଣ ଭାବରେ ମନ୍ଦିର ଦାୟିତ୍ଵରେ ରହିଥିବା କର୍ତ୍ତୃପକ୍ଷଙ୍କ ଜାଣନ୍ତରେ ଘଟିଥିବା ପୋଲିସ ତଦନ୍ତ ସମୟରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ତେବେ କନିକା ରାଜାଙ୍କ ପରିଚାଳନାଧିନ ମଠ ମନ୍ଦିର ମଧ୍ୟରୁ ବାରମ୍ଵାର ମୁଲ୍ୟବାନ ମୁର୍ତ୍ତି ଚୋରିହେବା ପରେ ଏବେ ମନ୍ଦିର ବେଢାରୁ ମୁଲ୍ୟବାନ ଚନ୍ଦନ ଗଛ ଚୋରୀହେବା ଭକ୍ତମାନଙ୍କୁ ସନ୍ଦେହ ଘେରକୁ ଟାଣି ନେଇଛି ।

Square Ad 1
Leave A Reply

Your email address will not be published.