ପାରାଦ୍ୱୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟା୍ରି ଆଣ୍ଡ ବଏଲର୍ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ପଷ୍ଟ କରିଥିବାର ସୂଚନା ମିଳିଛି।