ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ । ଆଜି ୪୭୭ ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ପାଇଁ ୧୬୦ଟି ପଦବୀ ରହିଛି । ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ଅଧିକ ଏବଂ ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ଏହି ପଦବୀ ଗୁଡିକ ପାଇଁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ବିଶ୍ୱ ବିଦ୍ୟାଳୟରୁ ସ୍ନାତକ ହୋଇଥିବା ଆବଶ୍ୟକ । ଏହା ମଧ୍ୟରେ ଓଡିଆ ଏକ ଭାଷା ରହିଥିବା ଜରୁରୀ । ୨୦୧୩ର ଗ୍ରୁପ୍ ବି ଠିକା ନିଯୁକ୍ତି ଆଇନ ଅନୁସାରେ ଏହି ସବଇନ୍ସପେକ୍ଟର ପଦବୀ ଗୁଡିକୁ ପୂରଣ କରାଯିବ । ତେବେ ଆବଶ୍ୟକ ଯୋଗ୍ୟତା ପୂରଣ କରୁଥିବା ତୃତୀୟ ଲିଙ୍ଗ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।ଆସନ୍ତୁ ଜାଣିବା ସବଇନ୍ସପେକ୍ଟର ପଦବୀ ପାଇଁ କେଉଁ ବର୍ଗଙ୍କ ପାଇଁ କେତେ ପୋଷ୍ଟ ବାହାରିଛି
ସାଧାରଣ ବର୍ଗଙ୍କ ପାଇଁ ୨୩୯ ( ମହିଳା ୮୦)
ଏସଟି ବର୍ଗଙ୍କ ପାଇଁ ୧୦୭ ( ମହିଳା ୩୬)
-ଏସସି ବର୍ଗଙ୍କ ପାଇଁ ୭୮ ( ମହିଳା ୨୬)
-ଏସଇବିସି ବର୍ଗଙ୍କ ପାଇଁ ୫୩ ( ମହିଳା ୧୮ )
-ଏକ୍ସ ସର୍ଭିସ ମ୍ୟାନ ୧୪
କ୍ରୀଡା ବିତ ୫ ( ମହିଳା ୨)
ଅନଲାଇନରେ ଆବେଦନ ଆରମ୍ଭ ତାରିଖ- ୨୨-୦୬-୨୦୨୧ ( ଦିନ ୯ଟାରୁ)
ଅନଲାଇନରେ ଆବେଦନ ଶେଷ ତାରିଖ- ୧୫-୦୭-୨୦୨୧ (ରାତି ୧୧ଟା୫୯ ମିନିଟ୍)
ପ୍ରାର୍ଥୀ ମାନଙ୍କୁ ୮ ମିନିଟରେ ୧.୬ କିମି ଦୂରତା ଦୌଡିବାକୁ ହେବ । ମହିଳାଙ୍କ ପାଇଁ ଏହି ସମୟ ୧୦ ମିନିଟ୍ ରଖାଯାଇଛି । ପୁରୁଷ ପ୍ରାର୍ଥୀଙ୍କ ପାଇଁ ୩,୬୬ ମିଟର ଲଂଗ ଜମ୍ପ ଯୋଗ୍ୟତା ରଖାଯାଇଛି । ମହିଳା ପ୍ରାର୍ଥୀଙ୍କ ପାଇଁ ଲଙ୍ଗ ଜମ୍ପ ଯୋଗ୍ୟତା ୨.୭୭ ମିଟର ରହିଛି । ଶାରୀରିକ ପରୀକ୍ଷା କେବଳ ଯୋଗ୍ୟତା ହାସଲ କରିବା ପାଇଁ କରାଯିବ । ଏଥିରେ ପ୍ରାର୍ଥୀଙ୍କୁ କୌଣସି ମାର୍କ ମିଳିବ ନାହିଁ । ଏନସିସି ସାର୍ଟିଫିକେଟ ରଖିଥିବା ପ୍ରାର୍ଥୀଙ୍କ ପାଇଁ ମାର୍କ ବ୍ୟବସ୍ଥା ରହିଛି । ଏନସିସି ବି ୱାନ୍ ସାର୍ଟିଫିକେଟ ଧାରୀଙ୍କ ୧ ମାର୍କ , ଏନସିସି ସି ସାର୍ଟିଫିକେଟ ଧାରୀଙ୍କୁ ୨ ମାର୍କ ନଂବର ମିଳିବ । ଏହି ପଦବୀ ଗୁଡିକୁ ଠିକା ଭିତିରେ ପୂରଣ କରାଯିବ । କୌଣସି ଭାଇ-ଭା ପରୀକ୍ଷା କରାଯିବ ନାହିଁ । କରୋନାକୁ ନଜରରେ ରଖି ସମସ୍ତ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି । ଅନଲାଇନରେ ଆବେଦନର ଶେଷ ତାରିଖ ହେଉଛି ଜୁଲାଇ ୧୫ ତାରିଖ।
ଡବ୍ଲୁଡବ୍ଲୁଡବ୍ଲୁ.ଓଡିଶାପୋଲିସ.ଗଭ୍.ଇନ ୱେବସାଇଟରେ ଆବେଦନ ପାଇଁ ଲିଙ୍କ ପାଇପାରିବେ । ଜୁନ୍ ୨୧ ତାରିଖ ପରେ ଏହି ଲିଙ୍କ୍ ଆବେଦନ ପାଇଁ ଉପଲବ୍ଧ ହେବ ବୋଲି ଆଜି ଓଡିଶା ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।