Webportal

ଆସନ୍ତା ୬ ରେ ଆଉ ଏକ ଲଘୁଚାପ

sanitry
0 117

ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୬ ତାରିଖରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯାଇଛି। ଏଥର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧିପାରିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭ ତାରିଖରେ ଓଡ଼ିଶା ମୁହାଁଇବ। ସେତେବେଳେ ଦକ୍ଷିଣ-ପଶ୍ଚିମ ଜିଲାରେ ବର୍ଷା ହେବ। ୮ତାରିଖରେ ବର୍ଷାର ପରିମାଣ ବଢିପାରେ। ୯ ତାରିଖ ବେଳକୁ ଏହାର ପ୍ରଭାବ କମିବାକୁ ଲାଗିବ। ଉପକୂଳ ଅତିକ୍ରମ କରିବା ପରେ ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତେଣୁ ୨ ଦିନ ଓଡ଼ିଶାରେ ଲଘୁଚାପର ପ୍ରଭାବ ରହିବ ବୋଲି ସେ କହିଛନ୍ତି।

Square Ad 1
Leave A Reply

Your email address will not be published.