Webportal

ଅନୁଗୁଳ ମେଡ଼ିକାଲ ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରୀଟି ଗାର୍ଡ କାହିଁକି ଆବଶ୍ୟକ

sanitry
0 305

ଆମେ ଯେତିକି ଜାଣିଛୁ ସିକ୍ୟୁରୀଟି ଗାର୍ଡ ରଖାଯାଏ କୌଣସି କୋଠାବାଡି, ସମ୍ପତି କିମ୍ବା ମନୁଷ୍ୟ ଆଦିକୁ କ୍ଷୟକ୍ଷତି ରୁ ବଞ୍ଚାଇବା ପାଇଁ।କିନ୍ତୁ ଅନୁଗୁଳ ମେଡ଼ିକାଲ ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଳ ମାଳ ସିକ୍ୟୁରୀଟି ଗାର୍ଡ ରଖିବା ର ଉଦ୍ଧେଶ୍ୟ ବୁଝାପଡୁନି।ଆମ ଟିମ ଏ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ପହଂହିଥିଲା ଅନୁଗୁଳ ମେଡ଼ିକାଲ ରେ।ଆମ ଟିମ ଯାହା ଦେଖିଲା ସେ ଅନୁଯାୟୀ ସେଠାରେ ନିଯୁକ୍ତ ସିକ୍ୟୁରୀଟି ଗାର୍ଡ ମାନେ କରୁଥିବା ପ୍ରମୁଖ କାର୍ଯ୍ୟ ଗୁଡିକ ନିମ୍ନମତେ ପାଠକ ମାନଙ୍କ ଅବଗତ ନିମନ୍ତେ ଆମେ ବର୍ଣ୍ଣନା କରୁଅଛୁ।

ପ୍ରମୁଖ କାମ ହେଲା ସାମ୍ବାଦିକ ମାନଙ୍କୁ ସିକ୍ୟୁରୀଟି ଗାର୍ଡ ମାନେ ତାଙ୍କର ସାରଙ୍କ ନିର୍ଦ୍ଦେଶ ଥିବାରୁ ଭିତରେ ପୁରେଇ ଦେବେନାହଁ।କିଏ ଏହି ସାର ଓ ଗଣମାଧ୍ୟମ କୁ କାହିଁକି ଏତେ ଭୟ। ବୋଧହୁଏ କାରଣ ହେଲା କାଳେ ଗଠବନ୍ଧନ ରେ ଚାଲୁଥିବା ଦୁର୍ନୀତି ପଦାରେ ପଡିଯିବ। ଦ୍ଵିତୀୟ କାମ ହେଲା ଚପଲ ଜୋତା ପିନ୍ଧି ଯେମିତି କେହି ବ୍ୟକ୍ତି ଭିତରକୁ ପ୍ରବେଶ କରିପାରିବେ ନାହିଁ।କିନ୍ତୁ ମେଡ଼ିକାଲର କୌଣସି ଭି କର୍ମଚାରୀ ମଇଳା ଚପଲ ଜୋତା ପିନ୍ଧି ବେରୋକଟୋକ ମେଡ଼ିକାଲ ଭିତରେ ବୁଲି ପାରିବେ,ସେ ପଛେ ରୋଗୀମାନଙ୍କୁ ସଂକ୍ରମଣ ହେଉ, ସେଥିରେ କିଛି ଯାଏ ଆସେ ନାହିଁ।ତୃତୀୟ କାମ ଯେଉଁଟା ସିକ୍ୟୁରୀଟି ଗାର୍ଡ ମାନେ କରୁଛନ୍ତି ସେଇଟା ହେଲା ରୋଗୀଙ୍କ ସମ୍ପର୍କୀୟଙ୍କୁ ଧମକାଇବା ଓ ଡ଼ରାଇବା।ହଁ ଠିକ ବୁଜିଲେ।ଯଦି କୌଣସି ନର୍ସ ଯଦି ଡିଉଟି ସମୟରେ ଠିକରେ ରୋଗୀଙ୍କୁ ଆଟେଣ୍ଡ ନ କରି ଶୋଇ ପଡୁଛନ୍ତି ତେବେ ଏହାର ଅଭିଯୋଗ ବା ପ୍ରତିବାଦ ସେହି ନର୍ସଙ୍କୁ କରିବା ସ୍ୱାଭାବିକ।କିନ୍ତୁ ସେମିତି କଲେ ଡିଉଟି ସମୟରେ ସେମାନଙ୍କ ନିଦରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ସଙ୍ଗେ ସଙ୍ଗେ ସିକ୍ୟୁରୀଟି ଗାର୍ଡଙ୍କୁ ଡକାଯାଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡ଼ରାଇ ଧମକାଇ ସିକ୍ୟୁରୀଟି ପାୱାର ଦେଖାଯାଉଛି।ଥରେ ନୁହେଁ ବାରମ୍ବାର ଜଣେ ଅଭିଯୋଗକାରୀକୁ ଏମିତି ଖରାପ ବ୍ୟବହାର କରିବାର ଦେଖିବାକୁ ମିଳିଥିଲା। ସିକ୍ୟୁରୀଟି ଗାର୍ଡ ମାନେ କରୁଥିବା ଚତୁର୍ଥ ପ୍ରମୁଖ ଡିଉଟି ହେଲା ଭିଡ଼ ଭିତରେ ପାର୍କିଂ ସ୍ଥାନ ଖୋଜୁଥିବା ବ୍ୟକ୍ତିଙ୍କୁ ସହଯୋଗ ନ କରି ଦୁର୍ବ୍ୟବହାର କରିବା।

ବାସ ଏହାପରେ ଆମ ଟିମକୁ ଫେରିବାକୁ ପଡ଼ିଲା।କାରଣ ସିକ୍ୟୁରୀଟି ଗାର୍ଡମାନେ ଜାଣିଗଲେ ଯେ ସେମାନେ ସାମ୍ବାଦିକ।ଅତ୍ୟନ୍ତ ଭଦ୍ର ଭାବେ ସେମାନେ କହିଲେ ‘ଆମେ ଭଲ ଭାବରେ କହୁଛୁ ଆପଣ ସାମ୍ବାଦିକ ହେଇଥିବାରୁ ତୁରନ୍ତ ଏଠାରୁ ଚାଲିଯାଆନ୍ତୁ, ନଚେତ ଆପଣ ପରେ ଆମ ଉପରେ ଦୁର୍ବ୍ୟବହାର କରୁଛୁ ବୋଲି ଦୋଷ ଦେବେନାହଁ।କଣ କରିବୁ ସାର କହିଛନ୍ତି ସାମ୍ବାଦିକ ମେଡିକାଲ ଷ୍ଟାଫ ନୁହଁନ୍ତି ତେଣୁ ଭିତରେ ପସାଇବ ନାହିଁ।’ କିଏ ସେହି ସାର ସେମାନେ ତାର ଉତ୍ତର ଦେଲେନାହିଁ।

ଯଦି ସିକ୍ୟୁରୀଟି ଗାର୍ଡମାନେ ଉପରେ ଲେଖାଯାଇଥିବା ଭଳି କାର୍ଯ୍ୟ କରୁଛନ୍ତି ତାହାହେଲେ ସେମାନଙ୍କ ଆବଶ୍ୟକ କଣ।ଜନତାଙ୍କ ଟିକସ ପଇସାରେ ସେହି ଜନତାଙ୍କ ବିରୁଦ୍ଧରେ ସିକ୍ୟୁରୀଟି ଗାର୍ଡ ମାନଙ୍କୁ ଗୁଣ୍ଡା ଭଳି ବ୍ୟବହାର କରାଯାଉଥିବା ଭଳି ମନେହୁଏ।

ତେଣୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏତେ ସଂଖ୍ୟାରେ ସିକ୍ୟୁରୀଟି ଗାର୍ଡ ଅନାବଶ୍ୟକ ଥିବାଭଳି ମନେହୁଏ।ଉପରେ ଲେଖା ଯାଇଥିବା ଘଟଣା ଗୁଡିକର ସତ୍ୟତା ସେଠାରେ ଥିବା ସିସିଟିଭି ରେ ଗଛିତ ଅଛି।

Square Ad 1
Leave A Reply

Your email address will not be published.