Webportal

ରାଜ୍ୟରେ ବିଜେଡିର ପ୍ରଭାବ ବୃଦ୍ଧି ପାଇବାର କାରଣ କଣ ନବୀନ ବାବୁଙ୍କ ବିରୋଧୀ ଦଳ ମ୍ୟାନେଜମେଣ୍ଟ

sanitry
0 99

ଦୀର୍ଘ ୨୪ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ଶାସକ ବିଜୁ ଜନତା ଦଳର ପ୍ରଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ରାଜନୈତିକ ବିଶେଷଜ୍ଞ ମାନଙ୍କ ତଥାକଥିତ ଅସନ୍ତୋଷ ଲହର ଭୋଟର ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନାହିଁ।ଏହି ଶାସନ ଅବଧି ଗୋଟିଏ ପ୍ରକାରେ ବିଶ୍ୱରେ କୀର୍ତ୍ତିମାନ ସୃଷ୍ଟି କରିଛି।

ଯେତେ ଭଲ କାମ କଲେ ମଧ୍ୟ ଭୋଟର ମାନେ ଦୀର୍ଘଦିନ ର ସରକାରକୁ ବଦଳାଇ ଦେବାର ଦେଖାଯାଏ, କିନ୍ତୁ ଏଠି ସମସ୍ତ ଅଙ୍କ ଭୁଲ ପ୍ରମାଣିତ ହୋଇଛି ଓ ଶାସକ ଦଳ ଲଗାତାର କ୍ଷମତାରେ ରହି ଆସୁଛି ଓ ଓ ପଞ୍ଚାୟତ ଠାରୁ ସାଂସଦ ନିର୍ବାଚନରେ ନିଜର ଆଧିପତ୍ୟ ବିସ୍ତାର କରି ଆସୁଅଛି।

ଗୋଟେପଟେ ସମସ୍ତ ରାଜନୈତିକ ବିଶେଷଜ୍ଞ ମାନେ ଲଗାତାର ବିଜେଡ଼ିର ଭୋଟ ସଂଗ୍ରହ ଭାଗ ବୃଦ୍ଧି ପାଉଥିବା କାରଣର କାରଣ ଖୋଜୁଥିବା ବେଳେ ବିରୋଧୀ ନେତାଙ୍କ ମନ୍ତବ୍ୟ ବୋଧହୁଏ ଏହାର ଉତ୍ତର ଦେଇ ଦେଇଛି।କଂଗ୍ରେସ ର ପୁରୁଖା ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟ ପ୍ରଦେଶ କଂଗ୍ରେସ ର ସଭାପତି ନିଯୁକ୍ତି ନବୀନ ପଟ୍ଟନାୟକଙ୍କୁ ପଚାରି କରାଯାଏ।ସୁର ବାବୁଙ୍କ ଏହି ମନ୍ତବ୍ୟକୁ ଖୋଦ ରାଜ୍ୟ କଂଗ୍ରେସ ର ମୁଖିଆ ନିରଞ୍ଜନ ପଟ୍ଟନାୟକ ସମର୍ଥନ କରିଥିବା ଦେଖାଯାଉଛି।

ସେପଟେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର ନେତୃବୃନ୍ଦଙ୍କ ସହ ନବୀନ ବାବୁଙ୍କ ସହ ସଲାସୁତୁରା ଥିବାର ଅଭିଯୋଗ କିଛି ନୂଆ ନୁହେଁ।

ଯେଉଁ କାରଣ ଭି ହେଉ ଏହା ସ୍ପଷ୍ଟ ଜଣାପଡୁଛି ଯେ ରାଜ୍ୟର ଦୁଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ର ଶୀର୍ଷ ନେତୃତ୍ୱ ସହିତ ନବୀନ ପଟ୍ଟନାୟକଙ୍କ ଅତି ଭଲ ସମ୍ପର୍କ ରହିଛି, ଯାହାର ପ୍ରଭାବ ବୋଧହୁଏ ଏହି ଦଳମାନଙ୍କ ରାଜ୍ୟ ସଂଗଠନ ଉପରେ ମଧ୍ୟ ଜଳଜଳ ଦିଶୁଛି।ଏହା ଆମେ କହୁନାହୁଁ, ଖୁଦ ବିରୋଧୀ ଦଳର ନେତାମାନେ କହୁଛନ୍ତି।

ତେଣୁ ଯାହା ଜଣାପଡୁଛି ଯେଉଁପର୍ଯ୍ୟନ୍ତ ନବୀନ ବାବୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ମାନଙ୍କୁ ମ୍ୟାନେଜ କରୁଥବେ ଯେ ପର୍ଯ୍ୟନ୍ତ ଶାସକ ବିଜେଡି ନିଜ ଭୋଟ ପ୍ରତିଶତକୁ ଲଗାତାର ବୃଦ୍ଧି କରାଇବାରେ ସକ୍ଷମ ହେଉଥିବ।

Square Ad 1
Leave A Reply

Your email address will not be published.