Webportal

ଋଷ ଭୟରେ ୟୁକ୍ରେନକୁ ଧୋକା ଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ!

sanitry
0 82

ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବା ପରି ମନେ ହେଉନାହିଁ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜେ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଆମେରିକା ୟୁକ୍ରେନକୁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ମାଡ଼ କରିବାର ସକ୍ଷମ ରକେଟ୍ ସିଷ୍ଟମ ପଠାଇଥିବାର ଦାବି କରାଯାଉଛି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷର ସୈନ୍ୟ ଉପରେ ଚାପ ପକାଇବା ପାଇଁ ମାରାତ୍ମକ ଆମେରିକୀୟ ମଲ୍ଟିପଲ ଲଞ୍ଚ ରକେଟ୍ ସିଷ୍ଟମ ମାଗିଛନ୍ତି । କିନ୍ତୁ ବାଇଡେନ ୟୁକ୍ରେନକୁ ଏଭଳି ଅସ୍ତ୍ର ଦେବାକୁ ମନା କରି ଦେଇଛନ୍ତି । ବାଇଡେନ କହିଛନ୍ତି ଯେ, ଆମେ ୟୁକ୍ରେନକୁ ଏଭଳି ରକେଟ ସିଷ୍ଟମ ପଠାଉ ନାହୁଁ ଯାହା ଋଷ ପର୍ଯ୍ୟନ୍ତ ଆକ୍ରମଣ କରିପାରିବ ।

ୟୁକ୍ରେନ ଲଗାତର ଆମେରିକାକୁ ରକେଟ୍ ସିଷ୍ଟମ ଦେବାକୁ ଦାବି କରିଆସୁଛି । କିନ୍ତୁ ଏହାପୂର୍ବରୁ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ୟୁକ୍ରେନକୁ ଏପରି ଅସ୍ତ୍ରଶସ୍ତ୍ର ନଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ଋଷର ବୈଦେଶିକ ମନ୍ତ୍ରୀ ଏକ ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି ଯେ, ଯଦି ଏହା ଘଟେ ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ଏଥିରୁ ଯେଉଁ ଟେନସନ୍ ଉତ୍ପନ୍ନ ହେବ ତାହାକୁ ରୋକା ଯାଇପାରିହେବ ନାହିଁ ।

ସୂଚନାଯୋଗ୍ୟ, ଗତ ତିନି ମାସ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି । ସମସ୍ତ ଚେଷ୍ଟା ସତ୍ତ୍ୱେ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ । ଏହି ଲଢ଼େଇର ଫଳାଫଳ କ’ଣ ହେବ, କେବଳ ସମୟ କହିବ । କେତେବେଳେ ଋଷ ଯୁଦ୍ଧରେ ଭାରି ପଡ଼ୁଛି ତ କେତେବେଳେ ୟୁକ୍ରେନର ପଲ୍ଲା ଭାରି ହେଉଥିବା ପରି ମନେହୁଏ । ଅବଶ୍ୟ, ଏହି ଯୁଦ୍ଧ ୟୁକ୍ରେନର ରାଜଧାନୀ କୀଭରୁ ହଟି ପୂର୍ବ ୟୁକ୍ରେନ ଆଡ଼କୁ ଶେଷ ହେଉଥିବାର ମନେହେଉଛି । ଋଷ ୟୁକ୍ରେନର ଅନେକ ଛୋଟ ସହରକୁ ଦଖଲ କରି ନେଇଛି ।

Square Ad 1
Leave A Reply

Your email address will not be published.