Webportal

ଶେଷ ହେଇଯିବ କି ଦଳମଧ୍ୟରେ ଗୁରୁତ୍ଵ;ସମସ୍ତେ ଆସିଲେ, ଅରୁଣ ସାହୁ ଆସିଲେନି !

sanitry
0 131

ଶପଥ ଗ୍ରହଣ ସମାରୋହ ସରିଲା। ବିଭାଗ ବଣ୍ଟନ ବି ହେଲା। ହେଲେ କିଛି ପୁରୁଣା ମୁହଁ ବାଦ୍ ପଡିଲେ। ଯେମିତିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂ ପ୍ରମୁଖ। ଏମାନଙ୍କ ମନ କ’ଣ ହେଉଥିବ ସେ କଥା ସେମାନେ ହିଁ ଜାଣନ୍ତି। କିନ୍ତୁ ମୁହଁ ଫୁଲେଇଛନ୍ତି ଅରୁଣ ସାହୁ।

ଏ କଥାଟି ଏଇଥିପାଇଁ କୁହାଗଲା, ଯେହେତୁ ସେ ଆଜିର ଶପଥ ଗ୍ରହଣ ସମାରୋହରେ ସେ ଅନୁପସ୍ଥିତ ଥିଲେ। ଗତକାଲି ଦଳ ନିଷ୍ପତ୍ତି ନେଇଥିଲା ସମସ୍ତେ ଇସ୍ତଫା ଦିଅନ୍ତୁ ବୋଲି। ସେହି ଆଧାରରେ ଅରୁଣ ସାହୁ ମଧ୍ୟ ଇସ୍ତଫା ଦେଲେ। ହେଲେ ଆଉ ଫୋନ ତାଙ୍କୁ ଗଲାନି। କି ମନ୍ତ୍ରୀ ହେବାକୁ ନିମନ୍ତ୍ରଣ ମିଳିଲାନି।

ଯେଉଁଥିପାଇଁ ମନ ମାରି ମାନ କରିଛନ୍ତି ଅରୁଣ। କିନ୍ତୁ ଦଳୀୟ ଶୃଙ୍ଖଳା ଦୃଷ୍ଟିରୁ ସେ ସୌଜନ୍ୟମୂଳକ ଭାବେ ଆଜି ଶପଥଗ୍ରହଣ ସମାରୋହକୁ ଆସିବା କଥା। ତାଙ୍କ ଭଳି ମନ୍ତ୍ରୀପଦ ହରାଇଥିଲା ଉପରୋକ୍ତ ଅନ୍ୟ ନେତାମାନେ ଆସିଥିଲେ ବି ଅରୁଣ ଆସିଲେ ନାହିଁ। ନୟାଗଡର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ଆଳ ଦେଖାଇ ସେ ନିଜ କ୍ଷୋଭ ଦେଖାଇ ଦେଲେ ବୋଲି ଚର୍ଚ୍ଚା ହେଉଛି।

ଦେଖାଯାଉ, ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି କୋଣଠେସା କରିଦିଆଯାଉଛି। ଉତ୍ତର କେବଳ ସମୟ ଦେବ।

ସୂଚନାଯୋଗ୍ୟ, ଆଜି ଟିମ୍ ନବୀନଙ୍କ ନବକଳେବର ହୋଇଛି । ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବଡଧରଣର ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିବାଦୀୟ ମନ୍ତ୍ରୀଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ସୁଯୋଗ ମିଳିଛି । ଲୋକସେବା ଭବନର କନ୍‌ଭେନ୍‌ସନ୍ ହଲ୍‌ରେ ପଦ ଓ ଗୋପନୀୟତା ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୧୩ ଜଣ ମନ୍ତ୍ରୀ ।

Square Ad 1
Leave A Reply

Your email address will not be published.