୧୭ ବର୍ଷୀୟା ଅନାଥ ଝିଅକୁ ୨୯ଲକ୍ଷ ଲୋନ ଶୁଝିବାକୁ ଏଲଆଇସିର ନୋଟିସ ପଠାଇଥିବାର ଖବର ସାମ୍ନାକୁ ଆସିଛି ।ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ମାମଲାରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୋପାଲର ୧୭ ବର୍ଷୀୟା ଝିଅ ଭନିସା ପାଠକ୍, କରୋନା ମହାମାରୀରେ ନିଜ ବାପା ମାଆଙ୍କୁ ହରାଇଥିଲେ । ଆଉ ବାପାଙ୍କ ନାଁରେ ଥିବା ୨୯ ଲକ୍ଷର ଲୋନ୍ ସୁଝିବାଙ୍କୁ ତାଙ୍କ ଉପରେ ଚାପ ପକାଉଥିଲା । ଏପରିକି ତାଙ୍କ ବିରୋଧରେ ଆଇନ ଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କମ୍ପାନୀ ପକ୍ଷରୁ ଧମକ ପୂର୍ଣ୍ଣ ନୋଟିସ୍ ବି ଦିଆଯାଇଥିଲା । ଭନିସା ଓ ତାଙ୍କ ଭାଇ ଉଭୟ ନାବଳକ ନାବାଳିକା ହୋଇଥିବାବେଳେ ତାଙ୍କ ଉପରେ ଲୋନ୍ ସୁଝିବା ନେଇ ଚାପ ପକାଯାଉଥିଲା । କେବଳ ସେତିକି ନୁହେଁ ଭନିସାଙ୍କ ବାପା ରଖିଥିବା ସମସ୍ତ ସେଭିଂସକୁ ଏଲଆଇସି ଜବତ କରିନେଇଥିବା ସୂଚନା ମିଳିଛି । ଭନିସା ଓ ତାଙ୍କର ଭାଇ ନାବାଳକ – ନାବାଳିକା ।
ଏତେ ବଡ ରାଶୀ ସୁଝିବା ଦୁହିଁଙ୍କ ପକ୍ଷରେ ସମ୍ଭବ ନୁହେଁ । ଲୋନ୍ ସୁଝିବାକୁ ତାଙ୍କୁ ସମୟ ଦିଆଯାଉ ବୋଲି ଏଲଆଇସିକୁ ଲିଖିତ ଭାବେ କହିଥିଲେ ଭନିସା । ଭନିସାଙ୍କ ଦାଦା ଏବେ ସେମାନଙ୍କ ଭରଣ ପୋଷଣର ଦାୟିତ୍ୱ ନେଇଛନ୍ତି । ଏହି ଘଟଣାକୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏଥିରେ ହସ୍ତକ୍ଷେପ କରିଛନ୍ତି ନିଜେ ଅର୍ଥମନ୍ତ୍ରୀ । ସୀତାରମଣ ଏଲଆଇସି ଇଣ୍ଡିଆକୁ ଟ୍ୱିଟ୍ କରି ମାମଲାର ସବୁ ତଥ୍ୟ ମାଗିଛନ୍ତି । ଘଟଣାକୁ ନେଇ ଅର୍ଥ ବିଭାଗକୁ ବି ତଦାରଖ କରିବାକୁ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଭନିସା ଜଣେ ମେଧାବୀ ଛାତ୍ରୀ ହୋଇଥିବାବେଳେ ୧୦ ବୋର୍ଡ ଟପର ବି ରହିଛିନ୍ତି । ମଧ୍ୟପ୍ରଦେଶ ଦଶମ ଶ୍ରେଣୀ ପରୀକ୍ଷାରେ ୯୯.୮ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ । ସେପଟେ ତାଙ୍କ ବାପା ଜୀତେନ୍ଦ୍ର ପାଠକ ଜଣେ ଏଲଆଇଏସ ଏଜେଣ୍ଟ ଥିଲେ ଓ ସେ ଏଲଆଇସି ମାଧ୍ୟମରେ ଏକ ଗୃହ ଋଣ ନେଇଥିଲେ । କିନ୍ତୁ ଉଭୟ ଜୀତେନ୍ଦ୍ର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ବନିଶା ଓ ତାଙ୍କ ୧୪ ବର୍ଷୀୟ ଭାଇ ଭିଭାନ ଅନାଥ ହୋଇଯାଇଥିଲେ । ତେବେ ଏଲଆଇସି ପକ୍ଷରୁ ତାଙ୍କ ନିକଟକୁ ୨୯ ଲକ୍ଷ ଟଙ୍କାର ଏକ ପରିଶୋଧ ନୋଟିସ ପଠାଯାଇଛି ଓ ପରିଶୋଧ ନକଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାର ଚେତାବନୀ ଦିଆଯାଇଛି ।