Webportal

ହସପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ

sanitry
0 110

କଂଗ୍ରେସ ଅନ୍ତରୀଣା ଅଧ୍ୟକ୍ଷା ସୋନିଆ ଗାନ୍ଧୀ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ତାଙ୍କ ଠାରେ କିଛି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇଛି । ତାଙ୍କୁ ଦିଲ୍ଲୀର ଗଙ୍ଗାରାମ ହସ୍ପଟାଲରେ ଭର୍ତ୍ତି କରାଯାଇଛି । ଏନେଇ କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି ।

ସୋନିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ଏବେ ହସ୍ପିଟାଲରେ ଡାକ୍ତରୀ ଟିମର ନିରୀକ୍ଷଣରେ ରହିବା ନେଇ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି ।

ଗତ 10 ଦିନପୂର୍ବରୁ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିବା ଟେଷ୍ଟରୁ ଜଣାପଡିଥିଲା । ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Square Ad 1
Leave A Reply

Your email address will not be published.