ଚୀନ୍ର Zhong Xue Gao ନାମକ ଆଇସକ୍ରୀମ୍କୁ ନେଇ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି। ଏହି ଆଇସକ୍ରୀମ୍କୁ ନିଆଁ ଲଗାଇଲେ ଓ ୩୧ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ପ୍ରାୟ ୧ ଘଣ୍ଟା ରଖିବା ପରେ ମଧ୍ୟ ତରଳିନଥିଲା। ଏହାର ଭିଡିଓ ଏବେ ସାମନାକୁ ଆସିବା ପରେ ଚୀନ୍ କମ୍ପାନୀ ଆଇସକ୍ରୀମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଲୋକ ପଚାରୁଛନ୍ତି, କ’ଣ ଆଇସକ୍ରୀମ୍ରେ କିଛି ଖରାପ ଜିନିଷ ମିଶିଛି କି? ଏହି କାରଣରୁ ଆଇସକ୍ରୀମ୍ ତରଳୁ ନାହିଁ। ଉଲ୍ଳେଖନୀୟ ଯେ, କମ୍ପାନୀର ସବୁଠାରୁ ଦାମୀ ଆଇସକ୍ରୀମ୍। କମ୍ପାନୀ ଏହାକୁ ୬୬ ୟୁଆନ୍ ଅର୍ଥାତ ଭାରତୀୟ ମୁଦ୍ରା ଅନୁସାରେ, ୮୦୦ ଟଙ୍କାରେ ବିକ୍ରି କରୁଛି।
କମ୍ପାନୀ ପକ୍ଷରୁ ବୁଧବାର କୁହାଯାଇଛି, ଆମର ଉତ୍ପାଦ ଦେଶର ଫୁଡ୍ ସେଫଟି ନିୟମର ପାଳନ କରିଥାଏ। ସେହି ଆଧାରରେ ଏହାକୁ ତିଆରି କରାଯାଇଛି। ଆମ ମତରେ ଆଇସକ୍ରୀମ୍ର ଗୁଣବତ୍ତାକୁ ଜାଣିବା ପାଇଁ ଏଭଳି ପକ୍ରିୟା ବୈଜ୍ଞାନିକ ସ୍ତରରେ ଠିକ୍ ନୁହେଁ। ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ଯୋଗେ ସତ୍ୟତାକୁ ପ୍ରମାଣିତ କରିହେବନି।
ଖାଦ୍ୟ ପଦାର୍ଥରେ ଫୁଡ ଆଡିଟିଭର ବ୍ୟବହାର କରାଯାଇଥାଏ। ଅଧିକାଂଶ ଆଇସକ୍ରୀମ୍ରେ ଏହାର ବ୍ୟବହାର କରାଯାଇଥାଏ। ଏହାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟେ୍ରସନ୍ ମଧ୍ୟ ଅନୁମତି ଦେଇଥାଏ। ଉଲ୍ଲେଖନୀୟ ଯେ, ଚୀନ୍ର ଏହି ଆଇସକ୍ରୀମ୍ ନିଜକୁ ବିଦେଶୀ ବ୍ରାଣ୍ଡର ଆଇସକ୍ରୀମର ମୁକାବିଲା କରିବା ପାଇଁ ମାର୍କେଟକୁ ଆଣିଛି। କମ୍ପାନୀର ଦାବି ଅନୁସାରେ, ଆମର ଆଇସକ୍ରୀମ୍ ପାଶ୍ଚାତ୍ୟ ଦେଶ ତୁଳନାରେ ଭଲ।