Webportal

ଟ୍ରେନ୍‌ରେ ସିଟ୍‌ ଖାଲି କରିବାକୁ କହିବାରୁ ଟିଟିଇଙ୍କୁ ନିସ୍ତୁକ ମାଡ଼ ମାରିଲେ ଏସଆଇ

sanitry
0 121

ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଡ୍ୟୁଟିରେ ଥିବା ଜଣେ ବୟସ୍କ ଟିଟିଇଙ୍କ କାନ୍ଦୁଥିବା ବେଳର ଭିଡିଓ ଭାଇରାଲ ହୋଇଛି। ଟିଟିଇଙ୍କୁ ଜିଆରପିର ଜଣେ ଏସଆଇ ଖୁବ୍ ମାଡ ମାରିଥିବାର ଅଭିଯୋଗ ରହିଛି। ଟିଟିଇ ଦିନେଶ କୁମାର ସିଂହ ବାଢ ଥାନାରେ ଜିଆରପି ଏସଆଇ ସୁନିଲ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦିନେଶ କୁମାର ସିଂହ(ଏସଆଇଟିଇ) କୁ କହିଛନ୍ତି, ତାଙ୍କର ଡ୍ୟୁଟି ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ର ସି-୧ କୋଚ୍‌ ଏସି ଚେୟାର କାରରେ ଥିଲା। ସେ ନିଜର କାମ କରିବା ପରେ ଦାନାପୁରରୁ ଭାଗଲପୁର ଯାଉଥିଲେ।

ଏହି ସମୟରେ ସେ ଏକ ସିଟ୍‌ରେ ଜିଆରପି ଏସଆଇ ସୁନିଲ କୁମାରଙ୍କୁ ଦେଖିଥିଲେ। ତାଙ୍କୁ କହିଥିଲେ ଏହା ଆପଣଙ୍କ ସିଟ୍ କି? ଯଦି ଆପଣଙ୍କ ସିଟ୍ ନୁହେଁ ତେବେ ଯେଉଁ ଲୋକଙ୍କର ଏହି ସିଟ୍, ସେମାନେ ଆସିଲେ ଅନ୍ୟ ବଗିକୁ ଚାଲିଯିବେ। ଏହା ଶୁଣିବା ମାତ୍ରେ ଏସଆଇ ସୁନିଲ କୁମାର ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏହା ଦେଖି ସେଠାରେ ଥିବା ମହିଳାମାନେ ଟିଟିଇଙ୍କୁ ମାଡ ଖାଇବାରୁ ରକ୍ଷା କରିଥିଲେ। କେହି ଜଣେ ଏହି ଘଟଣାର ଭିଡିଓ ନିଜ ମୋବାଇଲରେ ରେକର୍ଡ କରିନେଇଥିଲେ। ଏବେ ଏହି ଭିଡିଓ ଜୋରଦାର ଭାଇରାଲ ହେଉଛି। ଟ୍ରେନ୍‌ରେ ବହୁ ଯୁବକ ଥିଲେ, ସେମାନେ ମଧ୍ୟ ମାରପିଟ୍ ଘଟଣା ସମ୍ପର୍କରେ ମୁହଁ ଖୋଲିଛନ୍ତି।

ମାମଲାକୁ ନେଇ ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଷ୍ଟେସନ୍‌ରେ ରହିଥିଲା। ବହୁ ଯାତ୍ରୀ ଟ୍ରେନ୍ ରହିବାର କାରଣ ବୁଝି ପାରିନଥିଲେ। ଏହି ଘଟଣାକୁ ନେଇ ଏସଆଇ ସୁନିଲ କୁମାରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସଆଇଟି ଦିନେଶ କୁମାର ସିଂହ ବାଢ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Square Ad 1
Leave A Reply

Your email address will not be published.