Webportal

ସାବିତ୍ରୀ ବ୍ରତ ପାଳନ କରିବାରୁ ହିଂସା

sanitry
0 125

-ସାବିତ୍ରୀ ବ୍ରତ ରଖିଥିବା ପତ୍ନୀଙ୍କୁ ସ୍ବାମୀର କାଠଫାଳିଆରେ ପ୍ରଣାନ୍ତକ ଆକ୍ରମଣ।
ପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସ୍ଥାନାନ୍ତର,ସ୍ବାମୀ ଥାନାରେ ଅଟକ ୲
ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ବାଗପୁଞ୍ଜି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ସ୍ବାମୀ ର ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ରଖିଥିବା ପତ୍ନୀ କୁ ସ୍ବାମୀ ଅତି ଅମାନୁଷିକ ଭାବେ କାଠଫାଳିଆରେ ପ୍ରାଣାନ୍ତକ ଆକ୍ରମଣ କରିଛି।ଆକ୍ରମଣ ର ଶୀକାର ହୋଇଥିବା ମହିଳା ଜଣକ ବ୍ରତସାରି ମନ୍ଦିରରୁ ଫେରିବା ପରେ ତାଙ୍କ ସ୍ବାମୀ ହଠାତ ଉତ୍ତେଜିତ ହୋଇ ଏହିପରି ଆକ୍ରମଣ କରିଥିଲେ।ଆକ୍ରମଣ ପରେ ପରିବାର ଲୋକେ ଗ୍ରାମବାସୀ ଙ୍କ ସହାୟତା ରେ ମହିଳାଙ୍କୁ ଜଳେଶ୍ବର ଜିକେ ଭଟ୍ଟର କୁ ନିଆଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିକେ ଭଟ୍ଟର ହସପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରୋଗୀକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।ତେବେ ଜଳେଶ୍ବର ହସପିଟାଲରେ ଆମ୍ବୁଲାନ୍ସ ମିଳିନଥିବାରୁ ମହିଳାଙ୍କୁ ବାଲେଶ୍ବର ବହୁ ବିଲମ୍ବରେ ନିଆ ଯାଇଥିବା କୁହାଯାଇଛି।
ଘଟଣା ରୁ ପ୍ରକାଶ ଯେ ବାଗପୁଞ୍ଜି ର ଲକ୍ଷ୍ମୀଧର
ସି° ଙ୍କ ପତ୍ନୀ ଭାରତୀ  ନିଜ ସ୍ବାମୀ ଙ୍କ ପାଇଁ ବ୍ରତ ରଖିଥିବା ବେଳେ ପୂଜାର୍ଚ୍ଚନା ପାଇଁ ମନ୍ଦିର କୁ ଯାଇଥିଲେ।ତେବେ ମନ୍ଦିରରୁ ଫେରିବା ମାତ୍ରେ ପତ୍ନୀଙ୍କୁ କୁଆଡେ ଯାଇଥିଲୁ ତୋତେ ପୂଜା କରିବା ପାଇଁ କିଏ କହିଲା ବୋଲି ପଚାରିବା ସହ ହଠାତ ଉତ୍ତେଜିତ ହୋଇ ଏକ କାଠଫାଳିଆରେ ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା।ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବାରୁ ଭାରତୀ ଙ୍କୁ ପ୍ରଥମେ ଜଳେଶ୍ବର ଓ ସେଠାରୁ ପୁଣି ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।ଅନ୍ୟପକ୍ଷରେ ଲକ୍ଷ୍ମୀଧର ନିଜ ପତ୍ନୀ ସାବିତ୍ରୀ ବ୍ରତ ରଖିଥିବାବେଳେ ଏପରି ବ୍ୟବହାର ପ୍ରଦର୍ଶନ ଯୋଗୁଁ ଗାଁରେ ଉତ୍ତେଜନା ଦେଖାଦେଇଥିଲା।ଲୋକେ ଲକ୍ଷ୍ମୀଧର କୁ ଅଟକ ରଖି ନାମ୍ପୋ ଫାଣ୍ଡି ପୁଲିସ କୁ ଖବର ଦେବାପରେ ଫାଣ୍ଡିଅଧିକାରୀ ଭଗବାନ ଦାସ ସେଠାରେ ପହଞ୍ଚି ଲକ୍ଷ୍ମୀଧର କୁ ଥାନା କୁ ଆଣିଥିଲେ।ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡିଛି।ଲକ୍ଷ୍ମୀଧର ଜଳେଶ୍ବର ଥାନା ଅଧିନରେ ପୁଲିସ ହୋମଗାର୍ଡ ଭାବେ କାର୍ଯ୍ୟକରୁଥିବା ଜଣାପଡିଛି।ଲକ୍ଷ୍ମୀଧର ନାମରେ ପୂର୍ବରୁ ଏହିପରି ପତ୍ନୀ ଙ୍କୁ ମାଡ ମାରିବା ଗାଁରେ ଗଣ୍ଡଗୋଳ କରିଥିବାର ଏକାଧିକ ଅଭିଯୋଗ ରହିଛି ୲

Square Ad 1
Leave A Reply

Your email address will not be published.