ସଂପ୍ରତି ଅନୁଗୁଳ ଜିଲ୍ଲାପାଳ ଟ୍ରକ୍ ଟର୍ମିନାଲ ପାଇଁ ସ୍ଥାନୀୟ ଟ୍ରକ୍ ମାଲିକ ସଂଘ କୁ ଜାଗା ବା ଜମି ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜମି ଚିହ୍ନଟ ହୋଇଛି ଶାବଳଭଙ୍ଗା ଗ୍ରାମରେ।
ଦୀର୍ଘଦିନର ଦାବି ଥିଲା ଜାଗା ଖଣ୍ଡେ ପାଇଁ। କାରଣ ସ୍ଥାନୀୟ ଅଞ୍ଚରରେ ଟ୍ରକ୍ ସଂଖ୍ୟା ବୃଦ୍ଧି ପାଉଥିବାରୁ ମାତ୍ରାଧିକ ସଂଖ୍ୟାରେ ଏଗୁଡ଼ିକ ଏକରକମ ରାସ୍ତା ଅବରୋଧ କରି ପାର୍କିଂ ହେଉଛି। ଯାହା ହେଉ ସ୍ଥାନୀୟ ପ୍ରଶାସନ ଅସୁବିଧା କୁ ହୃଦୟଙ୍ଗମ କରି ଟ୍ରକ୍ ଟର୍ମିନାଲ ହେବା ପ୍ରସ୍ତାବରେ ମୋହର ମାରିଲେ।
କିନ୍ତୁ ଏବେ ଟ୍ରକ୍ ଟର୍ମିନାଲ ପାଇଁ ଚିହ୍ନଟ ହେଇଥିବା ଜମି କୁ ସ୍ଥାନୀୟ ଶାବଳଭଙ୍ଗା ଗ୍ରାମବାସୀ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ସେମାନେ ଜିଲ୍ଲା ପ୍ରଶାସନକୁ ଲିଖିତ ଆକାରରେ ଜଣେଇ ଦେଇଛନ୍ତି। ସେମାନଙ୍କ କହିବା ହେଲା ଉକ୍ତ ଜମିଗୁଡ଼ିକ ଯୁଗଯୁଗରୁ ଗୋଚର କିସମ ଅଟେ ଯେଉଁଠି ସେମାନଙ୍କ ଗାଈଗୋରୁ ଚରିଥାନ୍ତି। ଟ୍ରକ୍ ଟର୍ମିନାଲ ହେଲେ ସେମାନଙ୍କ ଗାଈ ଗୋରୁ ଚରିବେ କାଉଠୀ? ଏହାବାଦ ପ୍ରାୟ ପାଞ୍ଚ ହଜାର ଗଛ ସେହି ଜମିରେ ଲଗାଯାଇଛି ବିଭିନ୍ନ ଗୋଷ୍ଠୀ ସହାୟତାରେ। ତୃତୀୟରେ ଟ୍ରକ୍ ଟର୍ମିନାଲ ରେ ହଜାରେ ଗାଡି ଏକକାଳୀନ ରହୁଥିବାରୁ ଗାଁ ଲୋକଙ୍କ ଚାଲିବା ଦୂର୍ବିବହ ହେଇଯିବ। ତାଙ୍କ କଥା ନ ଶୁଣିଲେ ଜୋରଦାର ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଟ୍ରକ୍ ଟର୍ମିବଲ୍ ଯେ ନିହାତି ଆବଶ୍ୟକ ଏହାକୁ ମନା କରିହେବ ନାହିଁ। କିନ୍ତୁ ଗ୍ରାମବାସୀଙ୍କ ବିରୋଧରେ ମଧ୍ୟ ଦମ୍ ଥିବାଭଳି ଲାଗୁଛି। ଏପରି ସ୍ଥଳେ ଦୁଇଟି ବାଟ ବଞ୍ଚୁଚି। ପ୍ରଥମ ହେଲା ସ୍ଥାନୀୟ ବାସିନ୍ଦାଙ୍କୁ ଅଶାନ୍ତି କରି ଜୋର ଜବରଦସ୍ତ ଟର୍ମିବଲ୍ କରିବା, ଯାହା କି ବୋଧହୁଏ ଜିଲ୍ଲା ପ୍ରଶାସନ ଓ ଟ୍ରକ୍ ମାଲିକ ସଂଘ ଚାହିଁବେ ନାହିଁ। ଦ୍ଵିତୀୟ ଟି ହେଳା ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ନିଜସ୍ଵ ଜାଗା କିଣି ସେଠାରେ ଟ୍ରକ୍ ଟର୍ମିନାଲ କରିବେ, କାରଣ ସେମାନଙ୍କ ପକ୍ଷେ ଅର୍ଥ ବାଧକ ସାଜିବ ଆଶା ନାହିଁ।
ଏବେ ଦେଖିବାକୁ ରହିଲା ଗ୍ରାମବାସୀଙ୍କୁ ବୁଝାସୁଝା କରିବାରେ ସଫଳ ହେଉଛନ୍ତି ନା ଟ୍ରକ୍ ମାଲିକ ସଂଘ ନିଜସ୍ଵ ଜାଗା କିଣି ସେଠାରେ ଟ୍ରକ୍ ଟର୍ମିନାଲ କରୁଛନ୍ତି।
( ବ୍ୟୁରୋ ରିପୋର୍ଟ : ମିଡିଆ ଇଣ୍ଡିଆ ନିଉଜ)