Webportal

ଗୁଜରାଟରେ ୨୭ ବର୍ଷ ଲଗାତାର ଶାସନର ଫଳ: ବଢ଼ିଯାଇଛି ବିଜେପିର ଅହଙ୍କାର ଓ ମଦ ବେପାର : ଅରବିନ୍ଦ କେଜ୍ରିୱାଲ

sanitry
0 76

ଆଗକୁ ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ରାଜ୍ୟରେ କ୍ଷମତାସୀନ ଥିବା ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍) ନିଜ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଦୁଇଦିନିଆ ଗୁଜରାଟ ଗସ୍ତରେ ଆସିଥିବା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ୨୭ ବର୍ଷ ଧରି ରାଜ୍ୟରେ ଶାସନ କରିବା ଫଳରେ ବିଜେପିର ଅହଙ୍କାର ବଢ଼ିଯାଇଛି । ଏହି ଦଳ କ୍ଷମତାରେ ରହି ସାଧାରଣ ଜନତାଙ୍କ ପାଇଁ କିଛି କରିନାହିଁ ବୋଲି କେଜ୍ରିୱାଲ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି । ସେ ଆହୁରି କହିଛନ୍ତି, ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଜନସାଧାରଣ କାହିଁକି ବାଛୁଛନ୍ତି? ୨୭ ବର୍ଷ ଧରି ରାଜ୍ୟରେ କ୍ଷମତାରେ ରହିବା ଫଳରେ ଭାଜପା ଆଜି ଏକ ଅହଙ୍କାରୀ ଦଳରେ ପରିଣତ ହୋଇଛି । କ୍ଷମତାରେ ରହି ଦଳ ରାଜ୍ୟବାସୀଙ୍କ ଦୁଃଖ ବୁଝିନାହିଁ କି କିଛି କରିନାହିଁ । ରାଜ୍ୟ ସରକାର ନାମକୁ ମାତ୍ର ରାଜ୍ୟରେ ମଦକୁ ବ୍ୟାନ କରିଛନ୍ତି । ପ୍ରତ୍ୟେକ ସ୍ଥାନରେ ଅତି ସହଜରେ ମଦ ମିଳିବା ସହ ଘରକୁ ମଧ୍ୟ ମଦ ଡେଲିଭରି କରାଯାଉଛି ।

ଗତ ୭୫ ବର୍ଷର ସ୍ୱାଧୀନତା ପରେ ଆମେ ବହୁତ କିଛି ହାସଲ କରିଛେ । ମାତ୍ର ଏହା ଆମକୁ ଭାବିବାକୁ ପଡ଼ିବ ଯେ ଏହି ସମୟ ମଧ୍ୟରେ ଆମର ପଡ଼ୋଶୀ ଦେଶମାନେ ଆମଠାରୁ ବହୁତ ଆଗକୁ ବଢ଼ି ସାରିଛନ୍ତି । ଆମ ପାଖରେ କ’ଣ ଅଭାବ ରହିଛି, ଆମେ କାହିଁକି ପଛରେ ପଡ଼ି ରହିବା? ଦେଶର ରାଜନୀତି ଦିନକୁ ଦିନ ଖରାପ ଦିଗକୁ ଗତି କରୁଛି । ଦେଶ ୭୦ ବର୍ଷ ପଛକୁ ଫେରି ଯାଇଛି । ଗୁଜରାଟର ଟ୍ରେଡରମାନେ ଜିଏସଟି ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି । ଏପରି ରାଜନୀତିରୁ ନିବୃତ ରହିବା ପାଇଁ ମୁଁ ବିଜେପିକୁ ଅନୁରୋଧ କରୁଛି ବୋଲି ଗୁଜୁରାଟ ଗସ୍ତ ଅବସରରେ କେଜରିୱାଲ କହିଛନ୍ତି ।

Square Ad 1
Leave A Reply

Your email address will not be published.