Webportal

ଟ୍ରେନରୁ କୋଇଲା ଚୋରି ସମୟରେ ରେଳଧାରଣରେ କଟିଗଲା ଦୁଇ ଗୋଡ଼

sanitry
0 140

ଟ୍ରେନରୁ କୋଇଲା ଚୋରି କରିବା ଜଣେ ଯୁବକ ପାଇଁ କାଳ ହୋଇଛି। କୋଇଲା ଚୋରି କରୁଥିବାବେଳେ ରେଳଧାରଣାରେ ପଡିଯିବାରୁ ଟ୍ରେନ ଚକାତଳେ ଦୁଇଗୋଡ କଟିଯାଇଥିଲା। ଗୁରୁତର ଯୁବକ ଜଣକ ହେଲେ ବନ୍ଧମୁଣ୍ଡା ତିଲକାନଗରର ସନ୍ଦୀପ ଗୋପ (୨୬)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ସ୍ଥାନାନ୍ତର କରାଯାଇଛି।

ରେଳବାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।  ପ୍ରତିଦିନ ଭଳି ଆଜି  ସନ୍ଦୀପ ଏବଂ ତାର କିଛି ସହଯୋଗ ଚଳନ୍ତା ଟ୍ରେନରୁ କୋଇଲା ଚୋରି କରିବାକୁ ଗୋଳାଇ ଲାଇନରେ ପହଞ୍ଚିଥିଲେ।  ସନ୍ଦୀପ ବିଦ୍ୟୁତ୍‌ ପୋଲ୍‌ରେ ଚଢ଼ି  ଚଳନ୍ତା ଟ୍ରେନରୁ କୋଇଲା ତଳକୁ ଖସାଉଥିଲେ। ହଠାତ୍‌  ପାଦ ଖସିଯିବାରୁ ଟ୍ରେନ ଚକା ତଳେ ପଡିଯାଇଥିଲେ। ଦୁଇ ଗୋଡ ରେଳଧାରଣାରେ ପଡ଼ିଯିବାରୁ ଦୁଇ ଗୋଡ କଟିଯାଇଥିଲା। ଉଲ୍ଲେଖନୀୟ ବନ୍ଧମୁଣ୍ଡା ଡିଜେଲ ବ୍ରିଜ୍ ତଳେ ଥିବା ରେଳ ଟ୍ରାକରେ ପ୍ରତିଦିନ କୋଇଲା ଚୋରା ଚାଲାଣ କରାଯାଏ। ଏହାକୁ ରୋକିବା ପାଇଁ ଆର୍‌ପିଏଫ୍ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଶିଶୁ, ବୃଦ୍ଧ, ଯୁବକ, ମହିଳା ସମସ୍ତେ ବେଆଇନ କୋଇଲା ବ୍ୟବସାୟରେ ଜଡିତ ରହୁଛନ୍ତି। କୋଇଲା ଚୋରି କରିବାକୁ ଯାଇ ଲୋକମାନେ ନିଜ ଜୀବନକୁ ବାଜି ଲଗାଉଛନ୍ତି। ଟ୍ରେନରୁ କୋଇଲା ଚୋରି ବ୍ୟବସାୟରେ ବନ୍ଧମୁଣ୍ଡାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଚୋରା କାରବାର ରୋକିବା ପରିବର୍ତ୍ତେ ଆରପିଏଫ୍ ମାମଲାକୁ ଦୁର୍ଘଟଣା ରୂପ ଦେଇ ଚପାଇ ଦେଉଥିବା ଅଭିଯୋଗ ହେଉଛି। ବନ୍ଧମୁଣ୍ଡାର ଗୋଲେଇ ଲାଇନ୍, ଆରଏସ୍ କଲୋନୀର ଡାଉନ୍ ଲାଇନ୍, ଡି-କ୍ୟାବିନ, କୁକଡା ଗେଟ୍, ଭାଲୁଲତା, ଜେ-କ୍ୟାବିନ୍ ଇତ୍ୟାଦି ସ୍ଥାନରେ କୋଇଲା ଚୋରି ଖୋଲାଖୋଲି ଜାରି ରହିଛି।

Square Ad 1
Leave A Reply

Your email address will not be published.