Webportal

ଥମୁନି ବାଘ ଶିକାର; ଚାରି ଗିରଫ

sanitry
0 67

ଅନୁଗୁଳ ଜିଲ୍ଲାରେ ମହାବଳ ବାଘଙ୍କ ପରେ କଲରାପତରିଆ ବାଘ ଉପରେ ବିପଦ ପଡିଛି । ଗତ ସପ୍ତାହରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ରେ ଦୁଇଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଜିଲ୍ଲାର ଆଠମଲ୍ଲିକ ଡିଭିଜନରେ ଆଉ ଏକ କଲରାପତରିଆର ମୃତ୍ୟୁ ହୋଇଛି । ବାଘକୁ ମାରି ଚମଡା ଓ ଦାନ୍ତ ନେବାକୁ ଚେଷ୍ଟା କରୁଥିଲେ ଶିକାରୀ । ତେବେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ୪ ଜଣକୁ ଗିରଫ କରିଛି । ଆଠମଲ୍ଲିକ ଡିଭିଜନର ବାମୁରୁ ରେଞ୍ଜ, ଫୁଲଝରି ଜଙ୍ଗଲରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ ଫୁଲଝରି ଖେସରା ଜଙ୍ଗଲରେ କିଛି ଶିକାରୀ ବାରହା ଶିକାର କରିବା ପାଇଁ ବିଦ୍ୟୁତ ଜାଲ ବିଛାଇଥିଲେ । ତେବେ ଏହି ବିଦୁତତାର ସଂସ୍ପର୍ଶ ରେ ଆସି ଏକ ଅଣ୍ଡିରା କଲରାପତରିଆ ବାଘ ଛୁଆର ମୃତ୍ୟୁ ହେଇଥିଲା ।ଫୁଲଝରି ଗ୍ରାମର ଶିକରୀ କଲରାପତରିଆ ବାଘର ଛାଲକୁ ବାହାର କରିନେଇ ବାକି ଅଂଶକୁ ଜଙ୍ଗଲ ଭିତରେ ଫିଙ୍ଗିଦେଇ ଥିଲେ । ଗାଁରେ କିଛି ଲୋକଙ୍କ ଠାରୁ ରେଞ୍ଜର ଖବର ପାଇ ଘଟଣାର ତଦନ୍ତ କରି ଚାରିଜଣକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୟା ମିର୍ଧା , ରଞ୍ଜିତ ବେହେରା , ବବି ନାୟକ ଓ ଘନଶ୍ୟାମ ନାୟକ । ଏଠାରେ ସୂଚନା ଯୋଗ୍ୟ ଯେ , ଗତ ସପ୍ତାହରେ କୁଲାଙ୍ଗୀ ଗାଁ ନିକଟରୁ ଗୋଟିଏ କଲରାପତରିଆ ବାଘ ଓ ଛୁଆର ମୃତଦେହ ଠାବ କରାଯାଇଥିଲା । ଶିକାରୀ ଫାସରେ ପଡି ଦୁଇଟି ଯାକ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ ଜାନୁଆରୀ ମାସରେ ପୁରୁଣାକୋଟ ରେଞ୍ଜ ଗୋପାଳପୁର ଗାଁ ନିକଟରେ ଏକ କଲରାପତରିଆ ବାଘ ଶିକାରୀ ଫାସରେ ପଡି ଛଟପଟ ହେଉଥିବା ବେଳେ ବନ ବିଭାଗ ଉଦ୍ଧାର କରିଥିଲା ।

Square Ad 1
Leave A Reply

Your email address will not be published.