Webportal

sanitry
0 76

ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ଏକ ଘରୋଇ କ୍ଲିନିକର ଡାକ୍ତର ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର ସ୍ୱାସ୍ଥ୍ୟ ଦେଖାଇବାକୁ ବାଘୁଆବୋଲସ୍ଥିତ ଡାକ୍ତର ପବିତ୍ର ମୋହନଙ୍କ କ୍ଲିନିକକୁ ଯାଇଥିଲେ । ତେବେ ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଡାକ୍ତରଙ୍କୁ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ତେବେ ଡାକ୍ତର ମଧ୍ୟ ତାଙ୍କୁ ଦମ୍ପତ୍ତି ଗାଳିଗୁଲଜ କରି ଧମକାଇବା ଅଭିଯୋଗ ମଧ୍ୟ ଥାନାରେ କରିଥିବା ଜଣା ପଡ଼ିଛି । 

Square Ad 1
Leave A Reply

Your email address will not be published.