ଅନୁଗୁଳ ଜିଲ୍ଲା ତାଳଚେର ଠାରେ ହେବାକୁ ଥିବା ମେଡ଼ିକାଲ କଲେଜ ୨୦୨୫-୨୬ ମସିହା ପୂର୍ବରୁ କାର୍ଯ୍ୟକ୍ଷମ ହେଉ ନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତରରୁ ଏ କଥା ଏକ ସ୍ପଷ୍ଟ ହୋଇଛି । ଚାଲିଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ବେଳେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ ଯେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେର ଠାରେ ମହାନଦୀ କୋଲଫିଲ୍ଡ ଲି . ( MCL ) ସହାୟତାରେ ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରାଯାଇଅଛି । ଏହି କଲେଜ ଟି ୨୦୨୫ -୨୦୨୬ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସୂଚନଯୋଗ୍ୟ ଯେ ପୁର୍ବରୁ ବିଭିନ୍ନ ନେତା ଓ ସରକାରୀ ଅଫିସର ମାନେ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଭିନ୍ନ ମନ୍ତବ୍ୟ ଦେଇ ଆସିଛନ୍ତି।