Webportal

କେମିତି କରିହେବ କପି ସେଥିରେ ମୁଁ ପିଏଚଡି ହାସଲ କରିଛି ; ଛାତ୍ରଙ୍କୁ ଏଭଳି କିଛି କହିଲେ ମନ୍ତ୍ରୀ

sanitry
0 99

କର୍ଣ୍ଣାଟକ ମନ୍ତ୍ରୀ ଶ୍ରୀରାମୁଲୁ ବେଲାରୀରେ ଛାତ୍ରମାନଙ୍କ ସହ ଭାବବିନିମୟବେଳେ ଏଭଳି କିଛି କଥା କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ସେ କପି ବା ନକଲ କରିବାକୁ ପ୍ରଶଂସା କରିଥିବାବେଳେ ନିଜ ସହ ଜଡିତ ଏକ ଗୁମର ବାବଦରେ କହିଛନ୍ତି | ସେ ଛାତ୍ରମାନଙ୍କୁ କହିଥିଲେ ଯେ ମୁଁ କପି କରିବାରେ ପାରଙ୍ଗମ । ମୁଁ ନିଜେ ନକଲ କରି ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି | ମୁଁ କପି କରିବାରେ ପିଏଚଡି କରିଥିବାବେଳେ ପରୀକ୍ଷାରେ ନକଲ କରିବାରେ ଚାମ୍ପିଅନ୍ ହୋଇଛନ୍ତି। ମନ୍ତ୍ରୀ ଶ୍ରୀରାମୁଲୁ ଆହୁରି କହିଛନ୍ତି ଯେ ମୁଁ ପ୍ରତିଦିନ ଟ୍ୟୁସନରେ ସମସ୍ତଙ୍କ ସାମ୍ନାରେ ଅପମାନିତ ହେଉଥିଲି | ପ୍ରତିଦିନ ମୋତେ କୁହାଯାଉଥିଲା ମୁଁ କେତେ ମୂର୍ଖ | ଯେତେବେଳେ ମୁଁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି, ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଗଲେ ଯେ ମୁଁ କେମିତି ଦଶମ ପାସ୍ କରିଛି | କିନ୍ତୁ ଶ୍ରୀରାମୁଲୁ ଶିକ୍ଷକମାନଙ୍କୁ କହିଥିଲେ ଯେ ସେ ନକଲ କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ନିଜ ଶିକ୍ଷକଙ୍କୁ ମଧ୍ୟ କହିଥିଲେ ଯେ ପରୀକ୍ଷାରେ ନକଲ କରିବାରେ ସେ ପିଏଚଡି କରିଛନ୍ତି।

ବାସ୍ତବରେ ବେଲାରୀସ୍ଥିତ ବିଦ୍ୟା ବର୍ଦ୍ଧକ ସଂଘ ୟୁନିଭରସିଟି କଲେଜର ହୀରକ ଜୟନ୍ତୀ ଉତ୍ସବରେ ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, “ମୁଁ ଶ୍ରେଣୀରେ ଜଣେ ବ୍ୟାକ୍ ବେଞ୍ଚର୍ ଥିଲି। ପରୀକ୍ଷା ସମୟରେ କିପରି କପି କରାଯିବ ସେ ବିଷୟରେ ମୁଁ ପିଏଚଡି କରିସାରିଛି | ମୁଁ ୧୪ ଥର ଜେଲ ଯାଇଥିଲି | ଯଦି ଆପଣ ଭାବୁଛନ୍ତି ଯେ ଏଗୁଡିକ ଏକ ଚଳଚ୍ଚିତ୍ରର ସଂଳାପ, ତେବେ ଏହା ହେଉଛି ବାସ୍ତବତା | ତାଙ୍କ କଲେଜ ଦିନ ବାବଦରେ ଶ୍ରୀରାମୁଲୁ କହିଛନ୍ତି, “ମୋର ଅନେକ ଶିକ୍ଷକ ମୋତେ ଗାଳି ଦେଇଥିଲେ। ମୋର କଲେଜ ଦିନରେ ଶିକ୍ଷକମାନେ କହିଥିଲେ ଯେ ମୁଁ କନ୍ନଡ ସମେତ କୌଣସି ଭାଷାରେ ସଠିକ୍ ଭାବରେ କହିପାରିବି ନାହିଁ। ମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଅତୀତ, ବିଷୟରେ କହିବାକୁ ଦ୍ୱିଧା କରନ୍ତି ନାହିଁ। ଛାତ୍ରମାନଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ଏବଂ ଏକ ଭଲ ଜୀବନଯାପନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ |

Square Ad 1
Leave A Reply

Your email address will not be published.