Webportal

ଆରମ୍ଭ ଦକ୍ଷିଣ ଓଡ଼ିଶାରୁ; ଏବେ ଅନୁଗୁଳରେ: ସ୍ବାମୀ ଘର ସମ୍ମୁଖରେ ସ୍ତ୍ରୀର ଧାରଣା

sanitry
0 144

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ପଞ୍ଚାୟତରେ ସାମନ୍ତ ସାହିର ଦିଗାମ୍ବର ବାରିକ ଙ୍କ ପୁଅ ମାନସ ବାରିକ ଙ୍କ ଘର ସମ୍ମୁଖରେ ସ୍ତ୍ରୀ ଜୋସ୍ନା ସାହୁ (୨୨) ଧାରଣା ରେ ବସିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ସେ ଜୋସ୍ନା ସାହୁ ଏବଂ ମାନସ ବାରିକ ପରସ୍ପର ଭଲ ପାଉଥିଲେଏବଂ କୋର୍ଟ ରେ ବିବାହ ମଧ୍ୟ କରିଥିଲେ। କିଛି ଦିନ ଭଡ଼ା ଘରେ ମଧ୍ୟ ରହିଥିଲେ। ତା କିଛି ଦିନ ପରେ ମାନସ ଜୋସ୍ନା ଙ୍କୁ ଭଡା ଘରେ ଛାଡ଼ି ଚାଲିଯାଇଥିଲେ। ଜୋସ୍ନା ମାନସ ଙ୍କୁ ଚାରି ଆଡେ ଖୋଜାଖୋଜି କରିଥିଲା। ତା ପରେ ଅନୁଗୋଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଜୋସ୍ନା ଙ୍କୁ ଶ୍ୱଶୁର ଘର ଲୋକେ ବହୁ ର ମାନ୍ୟତା ଦେଇ ଘର କୁ ନେଇଥିଲେ । କିଛି ଦିନ ହେଲା ଜୋସ୍ନା ଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ମାରି ଘରୁ ବାହାର କରି ଦେଇଥିଲେ। କୌଣସି ଉପାୟ ନ ପାଇଁ ଟାଉନ୍ ଥାନାରେ ପୁଣି ଥରେ ଅଭିଯୋଗ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ମାନସ ଙ୍କ ଘର ସମ୍ମୁଖରେ ଧାରଣା ଦେଇଥାନ୍ତି ଜୋସ୍ନା।

Square Ad 1
Leave A Reply

Your email address will not be published.