Webportal

ଭୁବନେଶ୍ବରରେ ମଶା ମାରିବା ପାଇଁ ନିୟୋଜିତ ହେବ ଡ୍ରୋନ

sanitry
0 83

ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ମଶା ମାନଙ୍କର ବଂଶ ବଢ଼ିବାରେ ଲାଗିଛି । ଫଳରେ ମ୍ୟାଲେରିଆ, ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଭୁବନେଶ୍ୱର ମହାନଗର ନିଗମ ମଶା ମାରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ତା କରୁଛନ୍ତି । ତେବେ ଏହି ମଶା ମାରିବା କାମରେ ବର୍ତ୍ତମାନ ଡ୍ରୋନ ବ୍ୟବହାର କରାଯିବ । ଏନେଇ ଭୁବନେଶ୍ୱର ମହାନାଗର ନିଗମ କମିଶନର ସୂଚନା ଦେଇଛିନ୍ତି ।

ସୂଚନା ଅନୁଯାୟୀ, ରାଜଧାନୀରେ ଅତ୍ୟଧିକ ମଶା ହେଉଥିବା କାରଣରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ତେଣୁ ଏହି ମଶାମାନଙ୍କୁ ଦମନ କରିବା ପାଇଁ ବର୍ତ୍ତମାନ ଡ୍ରୋନ ମାଧ୍ୟରେ କେମିକାଲ ସ୍ପ୍ରେ କରାଯିବ । ତେବେ ଗାଡି ଯାଇପାରୁନଥିବା ଅବ୍ୟହୃତ ଜଳାଶୟ ଏବଂ ଅନ୍ୟାନ ଦୁର୍ଗମ ସ୍ଥାନରେ ଡ୍ରୋନ ମାଧ୍ୟମରେ ଏହି କେମିକାଲ ସ୍ପ୍ରେ କରାଯିବ ବୋଲି ସେ କହିଛନ୍ତି । ଏତତ୍ ବ୍ୟତୀତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଡ୍ରୋନ ସହ ମଶା ଧୂଆଁ ଗାଡି ସଂଖ୍ୟା ଏବଂ ବୁଶ କଟିଂ ଟିମ୍ ମଧ୍ୟ ବଢାଯିବ । ଫଳରେ ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁର ଦମନ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି ।

Square Ad 1
Leave A Reply

Your email address will not be published.