Webportal

ସନ୍ଦେହ ଘେରରେ ଅଭିଯୁକ୍ତ ର ମୃତ୍ୟୁ ର କାରଣ

sanitry
0 126

ଅନୁଗୋଳ ଜିଲ୍ଲା କଣିହାଁ ଥାନା କର୍ମଚାରୀ ଙ୍କର ମାଡରେ ଅଭିଯୁକ୍ତ ର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ। ଘଟଣାରୁ ପ୍ରକାଶ ଯେ ବଡ଼ଗୁଣ୍ଡୁରୀ ଗାଁର ଡଲି ବାରିକ ନାମକ ଜଣେ ମହିଳା ଘରୋଇ କଳହରୁ ତାଙ୍କ ସ୍ୱାମୀ ଦୀପକ ବାରିକଙ୍କ ନାମରେ ମାଡ଼ ପିଟର ଅଭିଯୋଗ ଗତ ଗୁରୁବାର କଣିହାଁ ଥାନାରେ କରିଥିଲେ । ଏଥିପାଇଁ ଦୀପକଙ୍କୁ ଗତକାଲି ଶୁକ୍ରବାର ସକାଳେ ଥାନାକୁ ଡାକା ଯାଇ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର କାଉଁସିଲିଂ କରାଯାଉଥିଲା। ପୋଲିସ ର କହିବା ଅନୁଯାୟୀ ସେହି ସମୟରେ ସ୍ୱାମୀ ସ୍ତ୍ରୀ କୁ ରାଗି ଗାଳି ଦେବାକୁ ଲାଗିଲା ଓ ସେହି ସମୟରେ ଅସୁସ୍ଥ ଅନୁଭବ କଲା, ଯେଉଁଠି ପାଇଁ ତାକୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଡାକ୍ତର ଖାଇଥିବା ଅଣ୍ଡା ପେଟରେ ବିଷାକ୍ତ ହୋଇଯାଇଥିବାର ଅନୁମାନ କରି ଚିକିତ୍ସା ଆରମ୍ଭ କରିଥିଲେ ଓ ଦୀପକ ର ଅସୁସ୍ଥତା ବଢିବାରୁ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ ଯେଉଁଠି ତାକୁ ପରବର୍ତ୍ତୀ ସମୟରେ ମୃତ ଘୋଷଣା କରାଯାଇଥିଲା। କିନ୍ତୁ ମୃତକ ର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଦୀପକଙ୍କୁ ଥାନାର ଜଣେ ଏସ.ଆଇ. ମାଡ଼ ମାରିଥିଲେ ଯାହା ଫଳରେ ଦୀପକଙ୍କ ନାକରୁ ରକ୍ତ ବାହାରିବା ସହ ଅଚେତ ହୋଇ ପଡ଼ିଥିଲେ ଓ ତାହା ମୃତ୍ୟୁ ର କାରଣ ହୋଇଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ପୋଲିସ ମାଡ଼ ମାରିଛି ନା ତାର ପରିବାର ଲୋକେ ଭାବବିହ୍ଵଳ ହୋଇ ମନ୍ତବ୍ୟ ଦେଇଛନ୍ତି।ପ୍ରକୃତ କାରଣ ନିରପେକ୍ଷ ତଦନ୍ତ ହେଲେ ଜଣାପଡିବ ଓ ଯଦି ପରିବାର ଲୋକଙ୍କ ଅଭିଯୋଗ ସତ୍ୟ ହୋଇଥାଏ ତେବେ ଏହା ଏକ ସାଙ୍ଘାତିକ କଥା ଓ ଦୋଷୀ ବିରୁଦ୍ଧରେ ପୋଲିସ ବିଭାଗ ପକ୍ଷରୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିବ।

Square Ad 1
Leave A Reply

Your email address will not be published.