Webportal

ମହାନଦୀ ଟି-ସେତୁରେ ଦଳାଚକଟା:ଏସ୍‌ସିବିରେ ଗୁରୁତରଙ୍କୁ‌ ଭେଟିଲେ କଟକ ଜିଲ୍ଲାପାଳ

sanitry
0 86

ବଡ଼ମ୍ବା ନିକଟ ମହାନଦୀର ଟି-ସେତୁରେ ଦଳାଚକଟା ପରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ରାତିରେ ଭେଟିଛନ୍ତି। ଏସସିବିରେ ଭର୍ତ୍ତି ହୋଇଥିବା ୩ ଜଣ ଶିଶୁଙ୍କୁ ଭେଟିଲା ପରେ ଜିଲ୍ଲାପାଳ ଶ୍ରୀ ଚୟନୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଆକଳନ ଠାରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ସେତୁ ଉପରକୁ ଆସି ଯାଇଥିଲେ, ଯେଉଁଥି ପାଇଁ ଏହି ଅଘଟଣ ଘଟିଛି। ତେବେ ଏହି ଦିଗରେ ଉଚ୍ଚସ୍ତରୀୟ ତଦନ୍ତ ଓ ଅନୁଧ୍ୟାନ କରାଯିବ। ସେ କହିଛନ୍ତି ଯେ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଆର୍ଥିକ ସାହୟତା ଘୋଷଣା କରିଥିବାବେଳେ ଆହତଙ୍କୁ ୧୦ ହଜାର ଓ ମୃତକଙ୍କୁ ୨୦ ହଜାର ଟଙ୍କା ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ବଡ଼ମ୍ବା ସିଂହନାଥ ପୀଠରେ ଦଳଚକଟା ଘଟଣାରେ ୩ ଜଣ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଏସସିବିରେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। ପ୍ରଥମେ କାଜୁଆଲଟିରେ ଚିକିତ୍ସା ଜାରି ରହିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଏସସିବି ପକ୍ଷରୁ ସୂଚନା ମିଳିଛି। ତେବେ ସର୍ଜରି, ଅର୍ଥପେଡିକ ଓ ନ୍ୟୁରୋସର୍ଜରି ବିଭାଗର ଡକ୍ଟର ଚକିତ୍ସା ପାଇଁ ମୁତୟନ ରହିଛନ୍ତି । ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖାଯାଇଛି। ଆହୁରି ଅନ୍ୟ ଆହତମାନେ ଏସିବି ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି।

ଏସିବି ଅଧିକ୍ଷକ ସୁଧାଂଶୁ ମିଶ୍ର  କହିଛନ୍ତି ଯେ, ୩ ଜଣ ଗୁରୁତରଙ୍କ ମଧ୍ୟରୁ ଜଣକୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଶରୀରରେ ମଲଟିପୁଲ ଇଂଜୁରି ରହିଛି ବୋଲି ପ୍ରାଥମିକ ଚିକିତ୍ସା ପରେ ଜଣାପଡ଼ିଛି। ଅନ୍ୟ ଜଣଙ୍କ ସିଟି ସ୍କାନ କରାଯାଇଥିବା ବେଳେ ଅନ୍ୟଜଣେ ସୁସ୍ଥ ଥିବା କହିଛନ୍ତି।

ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ମକରମେଳାର ଆୟୋଜନ କରାଯାଇଛି। ଏହି ମେଳାରେ କଟକ, ଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି। ଭିଡ଼ ଯୋଗୁଁ ଆଜି ଦଳାଚକଟା ହୋଇଥିବା କୁହାଯାଉଛି। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ବ୍ରିଜ୍‌ ଉପରୁ ତଳକୁ ଡେଇଁପଡ଼ିଥିବା କୁହାଯାଉଛି। ଶଦ୍ଧାଳୁଙ୍କ ସମାଗମ ଯୋଗୁଁ ଦଳାଚକଟା ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ତେବେ ଏଠାରେ ହୋଇଥିବା ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଦଳଚକଟା ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମହାନଦୀ ଉପରେ ନିର୍ମିତ ଟି-ସେତୁ ଉପରେ ଆଜି ଅଘଟଣ ଘଟିଥିଲା। କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର ଟି-ସେତୁରେ ମକର ମେଳାକୁ ଯାଉଥିବା ଭକ୍ତ-ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା ‌ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା ବେଳେ ଏହି ଘଟଣାରେ ୨୦ ଜଣ ଗୁରୁତର ହୋଇଥିଲେ। ଏଥିରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଗୁରୁତରମାନଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଥିବା ଜଣାପଡ଼ିଛି। ଗୁରୁତରମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଶୋଚନୀୟ ଅବସ୍ଥା ଥିବା ୪ ଜଣ ଲୋକଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Square Ad 1
Leave A Reply

Your email address will not be published.