Webportal

ଭକ୍ତଙ୍କୁ ଅଭଦ୍ର ବ୍ୟବହାର ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

sanitry
0 351

ଭକ୍ତଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଲିଙ୍ଗରାଜ ଥାନା ପୁଲିସ ୪ ଜଣ ସେବାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଓ ପ୍ରକାଶ ବାଟୁ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅଭିଯୁକ୍ତମାନେ ସେବାୟତ କାର୍ଯ୍ୟ କରିବା ଆଳରେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ଭୟଙ୍କର ପରିଣାମର ଧମକ ଦେଇ ବଳପୂର୍ବକ ଟଙ୍କା ଓ ଅଳଙ୍କାର ଆଦାୟ କରିଆସୁଥିଲେ। ଗିରଫ ଅଭିଯୁକ୍ତମାନଙ୍କର ଅପରାଧିକ ପୃଷ୍ଠଭୂମି ରହିବା ସହ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଅଛନ୍ତି । ଅଭିଯୁକ୍ତମାନେ ସର୍ବଦା ନିଶାସକ୍ତ ଅବସ୍ଥାରେ ରହିବା ସହ ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାରେ ପକାଉଥିଲେ।

Square Ad 1
Leave A Reply

Your email address will not be published.