Webportal

ମିଛ ଲାଗୁଥିଲେ ବି ସତ; ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ

sanitry
0 159

ସଂସଦର ମୌସୁମୀ ଅଧିବେଶନରେ କେନ୍ଦ୍ର ବିରୋଧରେ ସ୍ବରକୁ ଅଧିକ ଶାଣିତ କରିବ ବିଜୁ ଜନତା ଦଳ । ସଂଘୀୟ ବ୍ୟବସ୍ଥା କଥା ଉଠାଇ କେନ୍ଦ୍ର ବିରୋଧରେ ସଂସଦରେ ସ୍ବର ଉତ୍ତୋଲନ କରିବାକୁ ନିଜ ଦଳର ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ । ସାଧାରଣ ନର୍ବାଚନ ପ୍ରାୟ ୧୦ ମାସ ଥିବା ବେଳେ ନବୀନଙ୍କ ଆଭିମୁଖ୍ୟ ହିଁ ନିର୍ବାଚନର ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଦାବି କେନ୍ଦ୍ର ଶୁଣୁ ନଥିବା ସଂସଦୀୟ ବୈଠକରେ ଆଲୋଚନା କରିଛନ୍ତି ନବୀନ । ରାଜ୍ୟକୁ ‘ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌’ ଦାବିକୁ ଅଧିକ ଜୋରାଦାର କରିଛନ୍ତି ମଧ୍ୟ ନବୀନ ପଟ୍ଟନାୟକ ।BSKY, ଦାରିଦ୍ର୍ୟ ଦୂରୀକରଣ, କୃଷି ପୁଞ୍ଜିନିବେଶ ଓ ଗ୍ରାମୀଣ ଅର୍ଥନୀତିରେ ଆମେ ଭଲ ପ୍ରଦର୍ଶନ କରିଛୁ । ଓଡ଼ିଶାର ଭଲ ପ୍ରଦର୍ଶନ ସତ୍ତ୍ବେ କେନ୍ଦ୍ରର ସହଯୋଗ ମିଳୁନି । ସଂଘୀୟ ବ୍ୟବସ୍ଥା ଭଳି ସହଯୋଗ କେନ୍ଦ୍ରଠୁ ପାଉନୁ । PM ଆବାସ ପୋର୍ଟାଲ ୪ ବର୍ଷ ହେଲା ଖୋଲୁନି । ୧୫ ଲକ୍ଷ ଘର ବଦଳରେ ରାଜ୍ୟକୁ ମିଳିଛି ୮ ଲକ୍ଷ ଘର । PMGKYରେ ୫ କେଜି ଚାଉଳ କାଟିବା ଗରିବ ବିରୋଧୀ । କେନ୍ଦୁପତ୍ରରେ ୧୮% GST ଛାଡ଼ କରୁନି କେନ୍ଦ୍ର । ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଦାବି କରିବ ବିଜେଡି । ସ୍ବତନ୍ତ୍ର ଫୋକସ୍‌ ରାଜ୍ୟ ଦାବି ଜୋରଦାର କରାଯିବ ।’

Square Ad 1
Leave A Reply

Your email address will not be published.