Webportal

ଅବ୍ୟବସ୍ଥା ରେ ସ୍ଵାସ୍ଥ୍ୟ ସେବା

sanitry
0 137

ଅବ୍ୟବସ୍ଥା ଘେରରେ ଅନୁଗୁୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ । ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ପ୍ରତିଦିନ ଶହ ଶହ ରୋଗୀ ଆସୁଛନ୍ତି । ମାତ୍ର ଏଠାରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେବଳ ସେତିକି ନୁହେଁ, ଚକ୍ଷୁ ଚିକତ୍ସା ପାଇଁ ନିର୍ମାଣ କରାଯାଇଥିବା କୋଠରୀରେ ତାଲା ଝୁଲୁଛି ପ୍ରାୟ ୪ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେବ । ଚକ୍ଷୁ ବିଭାଗର ମେସିନ ଗୁଡିକ ଅଚଳ ହୋଇ ପଡିଛି । ସେହିପରି ଏକ୍ସ- ରେ ମେସିନ ମଧ୍ୟ ୪ ମାସ ହେବ ଅଚଳ ଅବସ୍ଥାରେ ପଡିଛି, ଯାହା ଫଳରେ ରୋଗୀ ମାନେ ଉପଯୁକ୍ତ ସେବା ପାଇପାରୁନାହାଁନ୍ତି ।
ରୋଗୀମାନେ ଖାଇବା ପାଇଁ କୌଣସି ସ୍ଥାନ ନଥିବାରୁ ରାସ୍ତାରେ ତଳେ ବସି ଖାଇବା ଖାଇଥାନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଏନେଇ କୌଣସି ସମାଧାନ ହେଉନାହିଁ । ଆହୁରି ମଧ୍ୟ ପ୍ରଶିକ୍ଷିତ ଟେକନିସିଆନ ନଥିବାରୁ କୋଟି କୋଟି ଟଙ୍କା ବ୍ୟୟର ମେସିନ ସବୁ ନଷ୍ଟ ହେବାକୁ ବସିଲାଣି । ଏନେଇ ରୋଗୀଙ୍କୁ ଅନୁଗୁଳ ମେଡିକାଲକୁ ରେଫର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ମେଡିକାଲ ଅଧିକାରୀ । ଏଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଦାସୀନତାକୁ ବିଭିନ୍ନ ମହଲରେ ନିନ୍ଦା କରିବା ସହ ତୁରନ୍ତ ସମାଧାନ କରିବାକୁ ଦାବି ହୋଇଛି ।

Square Ad 1
Leave A Reply

Your email address will not be published.