Webportal

ମଣିପୁର ଘଟଣା ପାଇଁ ଫେକ ନିୟୁଜ ପ୍ରସାରଣ ଦାୟୀ? କେମିତି ଦେଶ ଫେରିପାଇବ ନୀରୀଙ୍କ ବିଶ୍ୱାସ

ମୁଖ୍ୟମନ୍ତ୍ରୀଙ୍କ ବୟାନ ଏମିତି ଅନେକ ଘଟଣା ହେଉଛି

sanitry
0 122

ମଣିପୁର ରେ ଘଟିଥିବା ଅବର୍ଣ୍ଣନୀୟ ଜଘନ୍ୟ ଘଟଣା ପାଇଁ ଖବର ପ୍ରସାରଣ କରୁଥିବା ସଂସ୍ଥା ଗୁଡ଼ିକର ଫେକ ନିଉଜ୍ ବା ମିଥ୍ୟା ଖବରର ପ୍ରସାରଣ ଦାୟୀ ବୋଲି ଜାତୀୟ ସ୍ତରର ବରିଷ୍ଟ  ସାମ୍ବାଦିକ ମାନେ ମତ ଦେଇଛନ୍ତି। ଏହି ଭିଡିଓ ୪ ମେ ମାସର ବୋଲି ଜଣାପଡିଛି। ଇଣ୍ଟରନେଟ ବ୍ୟାନ ପାଇଁ ଏ ପର୍ଯ୍ୟନ୍ତ ଏହା ସମ୍ମୁଖକୁ ବୋଧେ ଆସି ପାରି ନ ଥିଲା।

ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର ଦେଶବାସୀଙ୍କ ମୁଣ୍ଡ ନଇଁ ଯାଇଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିବା ବେଳେ ଇତି ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏପଟେ ମଣିପୁର ମୁଖ୍ୟମନ୍ତ୍ରୀ ଏକ ବୟାନରେ ଏଭଳି ଅନେକ ଘଟଣା ହେଉଥିବାର କହି ବିବାଦ ସୃଷ୍ଟି କରିଛନ୍ତି। କଣ ସେଠାରେ ଏମିତି ରହିବେ ପ୍ରଜା। ଯଦି ସେ ଅସମର୍ଥ ତେବେ କେନ୍ଦ୍ରର ସହାୟତା ନେଉ ନାହାନ୍ତି କାହିଁକି।

ବୁଧବାର ଏହି ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶ ଉଠିଥିଲା, ପଡ଼ିଥିଲ। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁଲିସ୍‌ର ବିଭିନ୍ନ ଟିମ୍‌ ଗଠିତ ହୋଇ ବହୁ ସ୍ଥାନରେ ଚଢ଼ାଉ ହୋଇଥିଲା। ବୁଧବାର ମଧ୍ୟରାତ୍ରରେ ଏପରି ଲଜ୍ଜାଜନକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ପୁଲିସ୍‌ ଉଠାଇ ଆଣିଥିବା ବେଳେ ଗତକାଲି ଆଉ ୩ ଜଣ ବନ୍ଧା ହୋଇଥିବା ଜଣାଯାଇଛି।

ଏପଟେ କାଲି ସମ୍ବାଦପତ୍ର ଇଣ୍ଡିଆନ ଏକ୍ସପ୍ରେସ କୁ ଏକ ସାକ୍ଷାତକାରରେ ଜଣେ ପୀଡିତା କହିଛନ୍ତି ଯେ ଭିଡ ଭିତରକୁ ସେମାନଙ୍କୁ ଠେଲି ଦେବାକୁ ସ୍ଥାନୀୟ ପୋଲିସ ସେହି ରାକ୍ଷସ ମାନଙ୍କ ସହାୟତା କରିଥିଲା। ଏ ଖବର ଅନେକ ପ୍ରଶ୍ଣ ସୃଷ୍ଟି କରୁଛି। ଯଦି ପ୍ରଧାନମନ୍ତ୍ରୀ ନିରେପେକ୍ଷ ତଦନ୍ତ କରାଇବାରେ ସକ୍ଷମ ହେବେ ତାହାହେଲେ ଯାଇ ଏଭଳି ଜଘନ୍ୟ ଅପରାଧ ପଛରେ ଥିବା ଷଡ଼ଯନ୍ତ୍ରର ପରଦାଫାସ ହୋଇପାରିବ।

Square Ad 1
Leave A Reply

Your email address will not be published.