Webportal

ଆସୁଛି ବଡ଼ ବର୍ଷା

sanitry
0 130

ଆସୁଛି ବଡ଼ ବର୍ଷା । ଦୁଇ ଦିନ ପ୍ରବଳ ଛେଚିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପର ରୂପ ନେବ। ୨୬ ରେ ଏହା ଅବପାତ ପରିଣତ ହେବ। ଯାହାର ପ୍ରଭାବରେ ଆସନ୍ତା ୨୬ ଓ ୨୭ ଦୁଇନ ଦିନ ଧରି ସାରା ରାଜ୍ୟ ପ୍ରବଳ ବର୍ଷା ହେବ । ବିଶେଷ କରି ଆସନ୍ତା ୩ ଦିନ ପାଇଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକ ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ମହାନଦୀ ଉପରମୁଣ୍ଡରେ ବଡ ବର୍ଷା ଥିଲେ ମଧ୍ୟ ଖୋଲିଛି ହୀରାକୁଦର ଆଉ ୩ ଟି ଗେଟ୍ । ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଅର୍ଥାତ୍ ୭ ରୁ ୨୦ ସେମି ବର୍ଷା ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଏହାର ପାଶ୍ବବର୍ତ୍ତୀ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୨୫ ତାରିଖ ରୁ ୨୭ ତାରିଖ ମଧ୍ୟରେ ମତ୍ସଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

Square Ad 1
Leave A Reply

Your email address will not be published.