ସକ୍ରିୟ ରାଜନୀତିରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ଚିକିତ୍ସକ ପ୍ରଫେସର୍ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।ଡାକ୍ତର ମହାପାତ୍ରଙ୍କୁ ବିଜେପି ରାଜ୍ୟ ଉପସଭାପତି ଭାବେ ନିଯୁକ୍ତ କରାଯାଇଛି ଯାହାକୁ ନେଇ କଟକ ରାଜନୀତି ହଠାତ ଚଳଚଞ୍ଚଳ ହୋଇ ଉଠିଛି ।ଗୋଆରେ ଥିବା ଡାକ୍ତର ମହାପାତ୍ରଙ୍କ ପ୍ରତିକ୍ରିୟା : ଏ ଘୋଷଣା ମୋ ପାଇଁ ଅପ୍ରତ୍ୟାଶିତ।ପୂର୍ବରୁ ସକ୍ରୀୟ ରାଜନୀତିରେ ନଥିଲି କି କୌଣସି ଦଳର ସଦସ୍ୟ ବି ନଥିଲି।ପୂର୍ବରୁ ଦୁଇଟି ଦଳରୁ ନିମନ୍ତ୍ରଣ ଥିଲେ ବି ମନା କରି ଦେଇଥିଲି।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟ ତାଙ୍କ ଯୋଗାଯୋଗ ରେ ଥିଲେ।