ନବୀନ ପଟ୍ଟନାୟକଙ୍କ ଦୀର୍ଘ ଦିନର ଶାସନରେ କଳା ଦାଗ ଲଗେଇଲା ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ।
ଦୀର୍ଘଦିନ ହେଲା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆ ଯାଉନାହିଁ ଯାହାକି ଉକ୍ତ କାର୍ଯ୍ୟାଳୟ ଏବଂ ସେଠାକାର ଅଧିକାରୀଙ୍କ ପ୍ରାଥମିକ ବା ମୂଖ୍ୟ ଦାୟିତ୍ଵ ଓ କାର୍ଯ୍ୟ।୨୦୨୦ ନଭେମ୍ବର ମାସ ପରଠାରୁ ହଠାତ ଯେମିତି ରାକ୍ଷସୀ ମସ୍ତିସ୍କ ପରିଚାଳନା କରୁଛି ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ର ଅଧିକାରୀଙ୍କୁ।
ପୂର୍ବରୁ କର୍ତବ୍ୟରତ ବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାର୍ଯ୍ୟାଳୟର ଆଧିକାରିକ ବା ଅଫିସିଆଲ୍ ଇମେଲ ଆଇଡି ରୁ ଖବର ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମର ସୂଚନା ଇମେଲ କରି ଜଣାଇ ଦିଆଯାଇଥିଲା। ସଂଖିପ୍ତ ସୂଚନା ଦେବା ପାଇଁ ବିଭାଗର ଅଫିସିଆଲ୍ ୱାଡସାପ ଗ୍ରୁପ ର ବ୍ୟବହାର କରାଯାଉଥିଲା।
କିନ୍ତୁ ହଠାତ ଯେମିତି ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଓ ଏହାର ଦାୟିତ୍ଵରେ ଥିବା ଅଧିକାରୀଙ୍କୁ କେହି ରାକ୍ଷସୀ ଦୋଷ ଲଗାଇଦେଲା। ୨୦୨୦ ନଭେମ୍ବର ମାସ ପରଠାରୁ ପ୍ରଥମେ ଇମେଲ ଜରିଆରେ ସୁଚନା ଦେବା କମ କରି ପରେ ଇମେଲ ପ୍ରଥାକୁ ବନ୍ଦ କରିଦିଆଗଲା, ଯଦିଓ ଇମେଲ ହେଉଛି ବର୍ତ୍ତମାନ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ଜରିଆ କୌଣସି ସରକାରୀ ବା ଅଫିସିଆଲ୍ ସୂଚନାର ଆଦାନ ପ୍ରଦାନ ପାଇଁ। ତା ପରେ ପୂର୍ବରୁ ଚାଲିଆସୁଥିବା ୱାର୍ଡସାପ ଗ୍ରୁପ ରେ କିଛିଦିନ ଅତି କମ ମାତ୍ରାରେ ସୁଚନା ଦେବା ପରେ ସେହି ଗୃପକୁ ବନ୍ଦ କରିଦିଆଗଲା।
ଏହାପରେ ଆରମ୍ଭ କରାଗଲା ଗୋଟେ ନୂତନ ୱାର୍ଡ୍ସସାପ ଗ୍ରୁପ ଯେଉଁଥିରେ ନିଜକୁ ସୁହାଇବା ଭଳି ସାମ୍ବାଦିକଙ୍କ ସଂଖ୍ୟାକୁ ୪୦ ରୁ କମ ରଖାଗଲା। ଫଳ ସ୍ୱରୂପ ଅନେକ ସରକାରୀ ସୁଚନା ପାଇଲେ ନାହିଁ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବା ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଅନୁଗୁଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କ ଆଦେଶରେ ଏହା କରାଯାଇଛି। ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦିଆ ଯାଇ ପାରିବ ନାହିଁ। କେବଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଓ ତାଙ୍କ ସହିତ ଅତି ଉତ୍ତମ ସମ୍ପର୍କ ଥିବା କିଛି ସାମ୍ୱାଦିକ ଚାହିଁଲେ ହିଁ ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ଅଫିସିଆଲ୍ ୱାର୍ଡ୍ସସାପ ଗ୍ରୁପ ରେ ସାମ୍ବାଦିକଙ୍କୁ ସୁଚନା ପାଇବା ପାଇଁ ସ୍ଥାନ ମିଳିବ।
ଜିଲ୍ଲାପାଳଙ୍କୁ ଏ ବିଷୟରେ ଜାଣିବା ପାଇଁ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କିଛି ଲାଭ ହେଲାନାହିଁ। ତା ପରେ ଉପ ଜିଲ୍ଲାପାଳ ମହାଶୟଙ୍କୁ ପଚାରିବାରୁ ସେ ସୁଚନା ଓ ଲୋକ ସମ୍ପର୍କ ଦାୟିତ୍ଵରେ ଥିବା ଅଧିକାରୀ ମିଛ କହୁଛନ୍ତି ବୋଲି କହିଥିଲେ।
ଏହାପରେ ପ୍ରଥମେ ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଅନେକ ଥର ଇମେଲ ଜରିଆରେ ଅନୁରୋଧ କଲେ ମଧ୍ୟ କିଛି ଲାଭ ହେଲାନାହିଁ ଓ ସୁଚନା ମିଳି ପାରିଲା ନାହିଁ। ଆମେ ଏଠି ସେହି ସାମ୍ବାଦିକଙ୍କ କଥା କହୁଛୁ ଯିଏ ନଭେମ୍ବର ୨୦୨୦ ପର୍ୟ୍ୟନ୍ତ ସମସ୍ତ ସରକାରୀ ସୁଚନା ପାଉଥିଲେ।
ସୁଚନା ତ ଦେଲେନାହିଁ ବରଂ ଗତବର୍ଷ ବିଜୁ ସ୍ୱାସ୍ଥ୍ୟ ଯୋଜନା ପାଇଁ ରେନୁଆଲ କରିବା ପାଇଁ ଡକ୍ୟୁମେଣ୍ଟ ଗୁଡ଼ିକ ମଧ୍ୟ ପଠେଇଲେ ନାହିଁ। ବାରମ୍ବାର ଅଭିଯୋଗ କରିବାରୁ ଆକ୍ରୋଶ ମୂଳକ ପଦକ୍ଷେପ ନେଇ ଅନ୍ୟ ସାମ୍ୱାଦିକଙ୍କୁ ମଧ୍ୟ କୌଣସି ସରକାରୀ ସୁଚନା ଉପୋରୋକ୍ତ ସାମ୍ବାଦିକଙ୍କୁ ଦେବାକୁ ବାରଣ କରାଗଲା।
ଏହାପରେ ସୁଚନା ପାଉ ନ ଥିବା କାର୍ଯ୍ୟରତ ସାମ୍ବାଦିକ ବା ଗଣମାଧ୍ୟମ ପ୍ରତିନିଧି ପ୍ରଥମେ ରାଜ୍ୟ ସୁଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଓ ପରେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନର ପ୍ରୟାସ ସ୍ୱରୂପ ଜନ୍ମିତ ୫ଟି (5T) ର ଦ୍ବାରସ୍ଥ ହେଇଥିଲେ।
ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୫ ଟି ରୁ ଅନିମୀୟତତା ଦୂର କରିବା ପାଇଁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଙ୍କ ଜରିଆରେ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ତାକୁ ବି ନିଜକୁ ହିଟଲର ର ଗୁରୁ ଭାବୁଥିବା ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ର ଅଧିକାରୀ ଅଣଦେଖା କରିଦେଲେ।
ଫଳ ସ୍ୱରୂପ ନିଜ ଖବକାଗଜ ସଂସ୍ଥାକୁ ସରକାରୀ ଖବର ଠିକ ସମୟରେ ନ ଦେଇ ପାରିବାରୁ ଜଣେ ସାମ୍ବାଦିକଙ୍କୁ ସେହି ସଂସ୍ଥା ଦୁରେଇଦେଲା ବା ବାହାର କରିଦେଲା।
ପୁନର୍ବାର ବହୁତ କଷ୍ଟରେ ଉକ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଆଉ ଗୋଟାଏ ପ୍ରତିଷ୍ଠିତ ଗଣମାଧ୍ୟମ ରେ କାମ କରିବାକୁ ସୁଯୋଗ ପାଇ ଆଉଥରେ ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ସୁଚନା ଦେବାପାଇଁ ଅନୁରୋଧ କଲେ। ଏଥର ଅଧିକାରୀଙ୍କ ଜବାବ ଥିଲା ଯଦି ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଫିସିଆଲ୍ ୱାଡସ୍ସପ୍ ଗ୍ରୁପ ରେ ରହି ସୁଚନା ପାଇବାକୁ ଚାହୁଁଚ ତେବେ ପ୍ରତିନିଧିତ୍ଵ କରୁଥିବା ଖବକାଗଜ ର ଏକ କପି ସବୁଦିନେ ତାଙ୍କୁ ପ୍ରଥମେ ଦିଆଯାଉ, ଯାହାକି ପୂର୍ବରୁ ମଧ୍ୟ ତାଙ୍କ କାର୍ଯ୍ୟଳୟ କୁ ଦିଆ ଯାଉଥିଲା। ପୁନର୍ବାର ତାଙ୍କ କାର୍ଯ୍ୟଳୟ ଓ କାର୍ଯ୍ୟଳୟ ପାଠାଗାର କୁ ମାଗଣାରେ ପ୍ରତିଦିନ ଖବକାଗଜ ର ଏକ କପି ଦେବା ଆରମ୍ଭ କରାଗଲା।
କିନ୍ତୁ ଫଳ ଶୁନ। ଏପରି କାର୍ଯ୍ୟ ପାଇଁ ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କି ସ୍ବାର୍ଥ ଅଛି ଏହା ସେ ହିଁ ଜାଣିଥିବେ। ଏକ ତ ସୁଚନା ଅନୁଯାୟୀ ସେହି ଅଧିକାରୀ ଖବର ଦେବାରେ ଅପରିପକ୍ଵ, ପୁଣି ସେ ଖୋଷାମତୀ ଚାହୁଛନ୍ତି। କି ନୀଚ ବିଚାର।
ଯଦି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ଙ୍କୁ ଖବର ଦେବାରେ ପାତରଅନ୍ତର କରାଯାଉଛି, ତେବେ ଭାବନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ଏପରି ଅଧିକାରୀ ଏକ କଳାଦାଗ ବା କଳଙ୍କ କି ନୁହେଁ।