ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଛନ୍ତି କାର୍ତ୍ତିକ ମନ୍ତ୍ରଣାଳୟ। ଭିଆରଏସ ନେବା ନେଇ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଛି।
ସୂଚନାଯୋଗ୍ୟ, ନିକଟ ଦିନରେ ୫-ଟି ସଚିବଙ୍କ ସମଗ୍ର ରାଜ୍ୟ ବୁଲି ଜନଶୁଣାଣି କରିବା ଏବଂ ଲୋକଙ୍କ ଅଭିଯୋଗ ଶୁଣାଣି ଶେଷ ହୋଇଛି। ପାଣ୍ଡିଆନଙ୍କ ଏମିତି ତୁଫାନି ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା। ବିରୋଧୀମାନେ ବିଧାନସଭାରେ ୫-ଟି ସଚିବଙ୍କ କାର୍ଯ୍ୟକଳାପ ନେଇ ସରକାରଙ୍କଠୁ ଜବାବ ଲୋଡ଼ିଥିଲେ। ରାଜ୍ୟରେ ସଚିବଙ୍କ ରାଜ ଚାଲିଥିବା ବିରୋଧୀ ବିଜେପି ଅଭିଯୋଗ କରି ରାଜ୍ୟର ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲା।