Webportal

ଗଣମାଧ୍ୟମକୁ ସୂଚନା ଦେବାକୁ ଅନୁଗୁଳ ଜିଲ୍ଲାପାଳଙ୍କ ଅନୁମତି ନାହିଁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ

sanitry
0 114

ଆପଣ ଠିକ ପଢ଼ୁଛନ୍ତି। ପୂର୍ବରୁ କିଛି ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଡେପୁଟି କଲେକ୍ଟର ଓ ଉପଜିଲ୍ଲାପାଳଙ୍କ ଆଦେଶ ଅଛି କହି କେବଳ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ମାନଙ୍କୁ ଖବର ସମ୍ପର୍କିତ ସୂଚନା ଦେଇ ଚୁପ ବସି ଯାଉଥିଲେ। ଅନେକ ଗଣମାଧ୍ୟମ ସଂସ୍ଥା ଏବଂ ତାଙ୍କର ପ୍ରତିନିଧି କିଛି ସୁଚନା ନ ପାଇ ଖବର ପ୍ରକାଶ କରିବାରେ ହଇରାଣ ହେଇ ଆସୁଛନ୍ତି। ଯାହା ଫଳରେ ସାଧାରଣ ଜନତା ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଆଦିର ସୁଚନା ପାଉନାହାନ୍ତି।

କିନ୍ତୁ ଏବେର ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସବୁ ସୀମା ଟପି ସିଧସଳଖ ଅନୁଗୁଳ ଜିଲ୍ଲାପାଳଙ୍କ ମୁଣ୍ଡରେ ଅଠା ବୋଳି ଦେଇଛନ୍ତି। ଖବର ଦାତାଙ୍କୁ ଏହି ଅଧିକାରି କହୁଛନ୍ତି ଯେ ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ଗୋଟିଏ ୱାଡସପ୍ ଗ୍ରୁପ ଖୋଲାଯାଇଛି ଓ ସେହି ଗ୍ରୁପ ଜରିଆରେ କେଉଁ ଖବର ଦାତା ବା କାର୍ଯ୍ୟକାରୀ ସାମ୍ବାଦିକଙ୍କୁ ଖବର ସମ୍ବଧୀୟ ସୁଚନା ଦିଆଯିବ ତାହା ଅନୁଗୁଳ ଜିଲ୍ଲାପାଳ ବୈଠକ କରି ନିଷ୍ପତି ନିଅନ୍ତି। ଏଣୁ ଯେ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ସହିତ ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀଙ୍କ ଔପଚାରିକ ବୈଠକ ନ ହେଇଛି ଜିଲ୍ଲାପାଳଙ୍କୁ ସାମ୍ବାଦିକଙ୍କୁ ସୁଚନା ଦେବାପାଇଁ ଅନୁମତି ମାଗି ହେବ ନାହିଁ। ଆଉ ଅନୁମତି ଦେବା ଅନୁଗୁଳ ଜିଲ୍ଲାପାଳଙ୍କ ନିଷ୍ପତି ଉପରେ ନିର୍ଭର କରେ।

ଯଦି ଏହି ଅଧିକାରି ସାମ୍ବାଦିକଙ୍କୁ ଏପରି ଉତ୍ତର ଦେଉଛନ୍ତି ତେବେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ବ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିପରି ପରିହାସ କରାଯାଉଛି ତାହା ଅନୁମେୟ।

ସେ ଯାହାହେଉ ଏପରି ଯୋଗ୍ୟ ଅଧିକାରୀଙ୍କୁ ସଚିବ ସ୍ତରକୁ ଶୀଘ୍ର ନେଇ ପୁରସ୍କୃତ କରିବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.