କଥାଟା ଅନେକଙ୍କୁ ନିଶ୍ଚିନ୍ତ ଆଶ୍ଚର୍ୟ୍ଯ ଚକିତ କରୁଥିବ। କାରଣ ବର୍ତମାନର ତାଳଚେର ରୁ ବିଧାୟକ ବିଜେଡିର ବ୍ରଜ କିଶୋର ପ୍ରଧାନ ବା ବାପୁ ପ୍ରଧାନ ନିଜ ନିର୍ବାଚନ ମଣ୍ଡଳୀରେ ବେଶ ଲୋକପ୍ରିୟତା ହାସଲ କରିଥିବା ଚର୍ଚ୍ଚା ହୁଏ। ଆର୍ଥିକ ଭାବେ ଯଥେଷ୍ଟ ସୁଦୃଢ଼ ଥିବା ସହିତ ବେଶ ପ୍ରଭାବଶାଳୀ ନିଜସ୍ଵ ସଂଗଠନ ମଧ୍ୟ ବ୍ରଜ କିଶୋର ପ୍ରଧାନଙ୍କ ବା ବାପୁ ବାବୁଙ୍କର ଥିବାର ଚର୍ଚ୍ଚା ହୁଏ। ଦଳୀୟ ପାଣ୍ଠି ପାଇଁ ମଧ୍ୟ ବେଶ ଭଲ ଯୋଗଦାନ ବାପୁବାବୁ ଦେଉଥିବା ମଧ୍ୟ କାହାକୁ ଅଛପା ନାହିଁ।
କିନ୍ତୁ ଏବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ଦଳୀୟ ଟିକେଟ ମିଳିବାକୁ ନେଇ ବେଶ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ହେବ ବୋଲି ଆଶଙ୍କା କରାଯାଉଛି।
ବ୍ରଜ କିଶୋର ପ୍ରଧାନଙ୍କ ବିରୁଦ୍ଧରେ ଯାଉଥିବା ପ୍ରମୁଖ କଥା ଗୁଡ଼ିକ ହେଲା ଏହିପରି।ତାଙ୍କର ଅନେକ ବେନାମୀ ବ୍ୟବସାୟିକ ପ୍ରତିଷ୍ଠାନ ଥିବାର ଅଭିଯୋଗ ହୋଇଆସୁଛି। ଆବଶ୍ୟକ ପଡିଲେ ସାମ୍ବାଦିକଙ୍କୁ ଧମକ ଦେବାରୁ ସେ ପଛେଇ ନାହାନ୍ତି। କିଛିଦିନ ତଳେ ତାଙ୍କର ତାଳଚେର ସ୍ଥିତ ଆବାସିକ କାର୍ଯ୍ୟାଳୟରେ ବୋମା ମିଳିଥିଲା ଯାହାର ସରକାରି ଓ ଲ୍ୟାବ ରିପୋର୍ଟ ଏ ପର୍ଯ୍ୟନ୍ତ ଆମକୁ ଜଣାନାହିଁ। କୁହାଯାଏ କି କାଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୂଳା ଠାକୁର ପ୍ରଧାନ ଯଦି ଆସନ୍ତା ବିଧାନସଭା ନିର୍ବାଚନ ରେ ବିଜେପି ଟିକେଟ ରେ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଲଢ଼ିବେ ତେବେ ଭୋଟ କମିଯିବା ଭୟରେ ବିଜେପିକୁ ବଦନାମ କରିବା ପାଇଁ ଓ ଜନତାଙ୍କ ସମବେଦନା ପାଇବା ପାଇଁ ଖୋଦ୍ ବିଧାୟକ ବ୍ରଜ ବାବୁ ଏପରି ଦୃଶ୍ୟ ତିଆରି କରିଥାଇ ପାରନ୍ତି। ପୂର୍ବରୁ ମଧ୍ୟ ତାଙ୍କର ଭୁବନେଶ୍ୱର ସ୍ଥିତ ସରକାରି କ୍ୱାର୍ଟର ରେ ଯାନବାହାନ ରେ ନିଆଁ ଲଗାଇବାର ଅଭିଯୋଗ ଅଛି ଯାହା ମଧ୍ୟ ସନ୍ଦେହ ଘେରରେ ଥିବା ଜଣାଯାଏ। ଜଣେ ଯୁବତୀ ମଧ୍ୟ ବିଧାୟକଙ୍କ ଉପରେ ଯୌନ ନିର୍ଯ୍ୟାତନା ଭଳି ଗମ୍ଭୀର ଆରୋପ ଲଗାଇ ଥିଲେ।
ଏହା ବାଦ୍ ଏବେ ଜିଲ୍ଲାର ଜଣେ ବରିଷ୍ଟ ବିଧାୟକ ଓ ଅଫିସର୍ ରୁ ନେତା ପାଲଟିଥିବା ଜଣେ ବ୍ୟକ୍ତି ଯିଏକି ଦଳୀୟ ଶୀର୍ଷ ନେତୃତ୍ଵ ସହିତ ଅତି ନିକଟତର ବ୍ରଜ ବାବୁଙ୍କ ଟିକେଟ କାଟି ନୂଆ ଚେହେରା କୁ ସୁଯୋଗ ଦେବାପାଇଁ ଚେଷ୍ଟା କରୁଥିବା ଆମ ସୂତ୍ରରୁ ଜଣାପଡିଛି।
ତେଣୁ ପୂର୍ବରୁ ବ୍ରଜ କିଶୋର ପ୍ରଧାନ ନିଜେ ଟିକେଟ ପାଇଁ ନିଶ୍ଟିତ ଥିଲେ ମଧ ଟିକେଟ ବଣ୍ଟନ ସମୟରେ ଦୃଶ୍ୟ ବଦଳି ଯିବାର ଆଶଙ୍କା ଉପୁଜିଚି।