ଅନୁଗୁଳ ଜିଲ୍ଲା ମହୋତ୍ସବର ପ୍ରଥମ ଦିନରେ ଦର୍ଶକ ମରୁଡି: ସାଂସଦ କହିଲେ ଯୋଗାଯୋଗର ଅଭାବ ; ବିଧାୟକ ତାଲି ପକାଇଲେ
ଆଗରେ ରହୁଥିବା ଜିଲ୍ଲାପାଳ ଅନୁପସ୍ଥିତ
ତିନି ଦିନିଆ ଅନୁଗୁଳ ଜିଲ୍ଲା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଉଦଘାଟନୀ ଦିବସରେ ପ୍ରଚୁର ଭିଡ ହେବାର ଆଶା ଥିଲେ। କିନ୍ତୁ ହେଲା ଏହାର ଓଲଟା। ଲାଗିଲା ଯେମିତି କମରୁ କମ ଦେଖଣାହାରୀ ମଧ୍ୟ ନ ଆସିବାରୁ ଆୟୋଜନ ସ୍ଥଳ କ୍ରୋଧିତ ଅଛି। ଆସିଥିବା ବୁଦ୍ଧିଜୀବୀ କହିଲେ ବହୁ ଆଡ଼ମ୍ବରେ ଲଘୁକ୍ରିୟା। ସେପଟେ ଗଣମାଧ୍ୟମ ପ୍ରତି ଜିଲ୍ଲା ପ୍ରଶାସନ ର ନକାରାତ୍ମକ ନୀତି ପାଇଁ ପ୍ରେସ ଗ୍ୟାଲେରୀରେ ମଧ୍ଯ ପ୍ରାୟ ସାମ୍ୱାଦିକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଉଭୟ ପ୍ରେସ ଗ୍ୟାଲେରୀ ଓ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଚଉକି ଖାଲି ପଡ଼ିଥିଲା। ଏପଟେ ଜିଲ୍ଲା ପ୍ରଶାସନ ସାମ୍ବାଦିକଙ୍କୁ ବାରଣ କରୁଥିବା ବେଳେ ସାଧାରଣ ଛୋଟ ଛୋଟ ଦୋକାନୀ ଧରାଧୁରି କରି ଭିଆଇପି ପାସ ପର୍ଯ୍ୟାପ୍ତ ପରିମାଣରେ ନେଇ ସହରରେ ବୁଲୁଥିବା ଚର୍ଚ୍ଚା ହେଉଥିଲା। ଜିଲ୍ଲା ର ଲୋକକଳା ତୁଳନାରେ ମେଲୋଡି ଭଳି କାର୍ଯ୍ୟକ୍ରମ ବହୁ ମାତ୍ରରେ ଅନୁଷ୍ଠିତ ହେଉଥିବାରୁ ଏତେ କମ ସଂଖ୍ୟାରେ ଲୋକ ଆସିଥିବା ସନ୍ଦେହ କରାଯାଉଛି। ସବୁବେଳେ ପ୍ରଶାସନର କାର୍ଯ୍ୟକ୍ରମରେ ଆଗରେ ରହୁଥିବା ଓ ମହୋତ୍ସବ ର ମୁଖ୍ୟ ପୁରଧା ସାଜିଥିବା ଜିଲ୍ଲାପାଳ ଉଦଘାଟନୀ ସମାରୋହରେ ଅନୁପସ୍ଥିତ ଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଉପସ୍ଥିତ ଥିବା ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗାଯୋଗର ଅଭାବ ଯୋଗୁ ସ୍ଥାନୀୟ କଳାକାର ଓ ଦର୍ଶକ ଆସି ନ ଥିବା କଥା କହିଥିଲେ। କିନ୍ତୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କହିଥିଲେ ଯେ ଯେହେତୁ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରୁଥିବା ସଂସ୍ଥା ଅନ୍ୟ ଜାଗାରେ ତାହାର କାର୍ଯ୍ୟକ୍ରମ ସାରି ଏହି ମହୋତ୍ସବ କୁ ଆସି ଯୋଗାଡ କଲା, ସେଇଥିପାଇଁ ଟିକିଏ ଅବ୍ୟବସ୍ଥା ପ୍ରଥମ ଦିନରେ ହେଲା, କିନ୍ତୁ ଦ୍ୱିତୀୟ ଦିନରେ ସବୁ ଠିକଠାକ ହେଇଯିବ। ଯଦି ବିଧାୟକଙ୍କ କଥା ମାନାଯାଏ ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଗୋଟେ ନିର୍ଦ୍ଦିଷ୍ଟ ଆୟୋଜନକାରି ସଂସ୍ଥାକୁ ଏତେ ଅନୁକମ୍ପା କାହିଁକି। କଣ ପିସି କାରବାର ର ଗନ୍ଧ ଆସୁଛି କି? ଏପରି ଅନେକ ପ୍ରଶ୍ନ ଉଠେ ଯେ ଜିଲ୍ଲା ମହୋତ୍ସବ ଲୋକଙ୍କ ପାଇଁ ଅନୁଷ୍ଠିତ ହେଉଥିବା ବେଳେ ମେଲୋଡି ଭଳି କାର୍ଯ୍ୟକ୍ରମ କୁ ପ୍ରାଧାନ୍ୟ କଣପାଇଁ? ଜିଲ୍ଲା ର ଲୋକାଙ୍କୁ ସୂଚନା ଠିକରେ କାହିଁକି ମିଳିଲା ନାହିଁ ଯାହା କି ସାଂସଦ ମହୋଦୟ କହିଲେ। ଏହାର କାରଣ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ କୁ ଦୂରେଇ ଦେବା ଯେଉଁଠି ପାଇଁ ଲୋକଙ୍କ ପାଖରେ ଖବର ପହଞ୍ଚି ପାରିଲା ନାହିଁ।