Webportal

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା

ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟ କୁ ଦୋଷାରୋପ

sanitry
0 112

ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା। ଅନୁଗୁଳ ସହର ହୁଲୁରସିଂହା ଠାରେ ଥିବା ସରୋଜିନୀ ହେଲଥ କେୟାର ରେ ଘଟିଛି ଅଘଟଣ। ଚିକିତ୍ସା ଅଭାବରୁ ପିଲାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଲେ ବାପା । ସୂଚନା ଯେ, ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଗାଁର ସୁଧୀର ବେହେରା ଙ୍କର ସ୍ତ୍ରୀ ୮ ମାସ ହେଲା ଗର୍ଭବତୀ ରହିଛନ୍ତି। ତାଙ୍କ ସ୍ତ୍ରୀ ଙ୍କର ଚେକଅପ୍ ସରୋଜିନୀ ହେଲଥ କେୟାର ରେ କରାନ୍ତି। କିଛିଦିନ ତଳେ ସୁଧୀର ଙ୍କ ସ୍ତ୍ରୀ ଙ୍କର ଦେହ ଖରାପ ହେବାରୁ ସରୋଜିନୀ ରେ ଭର୍ତି କରି ଆଡମିଟ୍ କରିଥିଲେ। ଦେହ ଭଲ ହେବା ପରେ ଘର କୁ ନେଇ ଯାଇଥିଲେ। ଗତ କାଲି ସୁଧୀର ଙ୍କ ସ୍ତ୍ରୀ ଙ୍କର ଦେହ ହାତ କୁଣ୍ଡାଇ ହେବାରୁ ପୁଣି ସରୋଜିନୀ କୁ ଆଣିଥିଲେ। ଡାକ୍ତର ଦେଖିବା ପରେ ମେଡିସିନ ଏବଂ ଇଞ୍ଜେକସନ୍ ଦେବା ପରେ ଘର କୁ ଦୁଇଜଣ ଯାକ ଯାଇଥିଲେ। ଗତ ରାତିରେ ତଳି ପେଟ ରେ ଯନ୍ତ୍ରଣା ହେବାରୁ ଆଜି ସକାଳୁ ସରୋଜିନୀ କୁ ଆଣିଥିଲେ। ଡାକ୍ତର କହିଲେ ଯେ ପରିସ୍ରା ଇନ୍ଫେକସନ ହେଇଛି ପରିସ୍ରା ଟେଷ୍ଟ କରିବାକୁ ପରାମର୍ଶ ଦେଲେ। ସୁଧୀର ଯାଇ ଟେଷ୍ଟ କରିବା ପରେ କିଛି ନ ଦେଖି ମେଡିସିନ ଏବଂ ଇଞ୍ଜେକସନ୍ ଦେଇଥିଲେ। କିଛି ସମୟ ପରେ ଜଣେ ଦିଦି ଆସିଲି କହିଲେ ଯେ, ବାହାରକୁ ନେଇ ଅଲଟ୍ରାସାଉଣ୍ଡ କରି କି ଆଣିବାକୁ । ସୁଧୀର ତାଙ୍କ ସ୍ତ୍ରୀ ଙ୍କୁ ଏକ ଅଟୋ ସାହାଯ୍ୟ ରେ ନେଇ ଗଲା ବେଳେ ରାସ୍ତାରେ ଗର୍ଭପାତ ହୋଇଥିଲା, ଗର୍ଭପାତ ହେଲା ପରେ ପିଲା ଟି ମୃତ୍ୟୁ ବରଣ ହୋଇ ଜନ୍ମ ହୋଇଥିଲା। ସୁଧୀରଙ୍କୁ ଏ ଘଟଣା ବିଷୟରେ ସରୋଜିନୀ ହେଲଥ କେୟାର ର କର୍ତ୍ତୃପକ୍ଷ କହୁଛନ୍ତି ଯେ, ଆମେ କିଛି ଜାଣି ନାହୁଁ ତମେ ଯାହା କରିବା କଥା କର ବୋଲି କହିଥିଲେ। ସୁଧୀର ନିରୂପାୟ ହୋଇ ଗଣ ମାଧ୍ୟମ ଆଗରେ ନ୍ୟାୟ ପାଇଁ ଗୁହାରି କରିଥିଲେ। ଏ ବେ ଏଠି ପ୍ରଶ୍ନ ଉଠେ ଯେ, ସରୋଜିନୀ ହେଲଥ କେୟାର ରେ ଅଲ୍ଟ୍ରାସାଉଣ୍ଡ ଥାଇ ମଧ୍ୟ କାହିଁକି ବାହାରକୁ ନେବାକୁ କହିଥିଲେ। କଣ ରହିଛି କାରଣ, କାହିଁକି ପିଲା ର ମୃତ୍ୟୁ ଘଟିଲା।ଏ ଘଟଣା ବିଷୟରେ କେୟାର କତୃପକ୍ଷ ଙ୍କୁ ପଚାରିବାରୁ କହିଲେ ଯେ, ଆସନ୍ତୁ କଥା ହେବା, ଆଉ କିଛି ସମୟ ଭିତରେ ବୁଝି କି କହୁଛୁ । କିନ୍ତୁ ତା ପରେ କୌଣସି ଉତ୍ତର ମିଳି ନଥିଲା ସରୋଜିନୀ ହେଲଥ କେୟାର କତୃପକ୍ଷ ଙ୍କ ଠାରୁ। ଏ ଭଳି ପ୍ରାଇଭେଟ ଚିକିତ୍ସାଳୟ ରେ ପିଲା ର ମୃତ୍ୟୁ ଘଟଣା ରେ ଅଞ୍ଚଳ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

Square Ad 1
Leave A Reply

Your email address will not be published.