Webportal
Adarasha College

ଆଇଟିଆଇ (ITI) ଆଡ଼ମିଶନ

ସାରା ଦେଶରେ ୨ୟ ସ୍ଥାନରେ ବ୍ରହ୍ମପୁର ଆଇଟିଆଇ (ITI)

sanitry
0 46

ନାମଲେଖାରେ ସାରା ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିଛି ବ୍ରହ୍ମପୁର ଆଇଟିଆଇ।କେବଳ ନାମଲେଖାରେ ଦ୍ବିତୀୟ ହୋଇଛି ତାହା ନୁହେଁ ବରଂ ଛାତ୍ରୀଙ୍କ ନାମଲେଖା ମଧ୍ୟ ଚଳିତ ବର୍ଷ ବୃଦ୍ଧି ପାଇଛି । ଆଇଟିଆଇରେ ରହିଥିବା ୨୭ଟି ଟ୍ରେଡ଼ରେ ମୋଟ ୨ ହଜାର ୧୯୨ଟି ସିଟ୍‌ ରହିଥିବା ବେଳେ ଏଥିରେ ମୋଟ ୮୧୪ ଜଣ ଛାତ୍ରୀ ନାମ ଲେଖାଇଛନ୍ତି । ଯାହାକି ୪୫ ପ୍ରତିଶତ ।ଚଳିତ ବର୍ଷ ଆଇଟିଆଇରେ ୪୫ ପ୍ରତିଶତରୁ ଅଧିକ ଛାତ୍ରୀ ନାମଲେଖାଇଛନ୍ତି । ଯାହାକି ସର୍ବକାଳୀନ ରେକର୍ଡ଼ ବୋଲି ଆଇଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଇଟିଆଇରେ ରହିଛି ମୋଟ ୨୭ଟି ଟ୍ରେଡ୍‌ । ଏହି ୨୭ଟି ଟ୍ରେଡ଼ରେ ୨୧୯୨ଟି ସିଟ୍‌ ରହିଥିବା ବେଳେ ଏଥିରେ ମୋଟ ୮୧୪ ଜଣ ଛାତ୍ରୀ ନାମଲେଖାଇଛନ୍ତି । ୨୦୧୫-୧୬ଠୁ ଏଠାରେ କ୍ରମାଗତ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ୭୪୭ ଜଣ ଛାତ୍ରୀ ନାମ ଲେଖାଇଥିବା ବେଳେ ଚଳିତ ବର୍ଷ ସମସ୍ତ ରେକର୍ଡ଼କୁ ଭାଙ୍ଗି ୮୧୪ ଜଣ ଛାତ୍ରୀ ନାମ ଲେଖାଇଛନ୍ତି । ବିଶେଷ କରି ଛାତ୍ରୀମାନେ ଫିଟର, ଇଲେକ୍ଟ୍ରିସିଆନ, କମ୍ପ୍ୟୁଟର, ଇନଷ୍ଟ୍ରୁମେଣ୍ଟ ଭଳି ଟ୍ରେଡ୍‌ରେ ଅଧିକ ନାମ ଲେଖାଇଛନ୍ତି ।

Onida Ad
Square Ad 1
Leave A Reply

Your email address will not be published.