Webportal
Adarasha College

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର

sanitry
0 58

ସୁଭଦ୍ରା ଯୋଜନାକୁ କ୍ୟାବିନେଟ୍‌ର ମୋହର।ସୁଭଦ୍ରା ଯୋଜନା ପାଇଁ ଏସଓପି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୨୧ ବର୍ଷରୁ ୬୦ ବର୍ଷ ବୟସ୍କ ମହିଳା ପାଇବେ ସୁବିଧା।ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଦିଆଯିବ ସହାୟତା ରାଶି।ପ୍ରତିବର୍ଷ ରାଖି ପୂର୍ଣ୍ଣିମା ଓ ମହିଳା ଅନ୍ତର୍ଜାତୀୟ ଦିବସରେ ଦିଆଯିବ।ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ।ସୁଭଦ୍ରା ଯୋଜନା ପାଇଁ ହେବ କଲ୍ ସେଣ୍ଟର।ମହିଳାଙ୍କୁ ଡିବିଟି କାର୍ଡ ପ୍ରଦାନ କରାଯିବ।ଅଙ୍ଗନୱାଡି କେନ୍ଦ୍ର, ବ୍ଲକ ଅଫିସରେ ଆବେଦନ କରିହେବ।ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିହେବ।ପ୍ରତିବର୍ଷ ସୁଭଦ୍ରା ଯୋଜନାରେ କେତେ ମିଳିବ ଟଙ୍କା ଜାଣନ୍ତୁ…

-ପ୍ରତିବର୍ଷ ଦୁଇଟି କିସ୍ତିରେ ଟଙ୍କା ପ୍ରଦାନ କରିବେ ସରକାର
-ମହିଳାଙ୍କୁ ଦୁଇଥରରେ ୧୦ ହଜାର ଟଙ୍କା ମିଳିବ
-ରାଖି ପୂର୍ଣ୍ଣିମାରେ ୫ହଜାର, ମହିଳା ଦିବସରେ ୫ହଜାର ଟଙ୍କା ମିଳିବ
-୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ
-ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ।

କେଉଁମାନେ ସୁଭଦ୍ରା ସହାୟତା ପାଇବେନି ସ୍ପଷ୍ଟ କଲେ ସରକାର

-ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ପାଇବେନି ସୁଭଦ୍ରା ସହାୟତା
-ସରକାରୀ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା
-ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମିଳିବନି
-ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମିଳିବନି ‘ସୁଭଦ୍ରା’
-ଆୟକର ପ୍ରଦାନ କରୁଥିବା ମହିଳା ମଧ୍ୟ ସହାୟତା ପାଇବେନି ।

Onida Ad
Square Ad 1
Leave A Reply

Your email address will not be published.