Webportal
Adarasha College

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?

ନିରୀହ ମହିଳା ଠକାମୀ ର ଶିକାର !

sanitry
0 35

ସୁଭଦ୍ରା ଯୋଜନା କେତେ ଲାଭଦାୟକ ?ନିରୀହ ମହିଳା ଠକାମୀ ର ଶିକାର ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗସ୍ତରେ ଆସି ନିଜ ଜନ୍ମଦିନକୁ ସ୍ମରଣୀୟ କହିବାକୁ ରାଜ୍ୟରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି।କଣ ସତରେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ଓଡିଶାର ନିରୀହ ମହିଳା ମାନଙ୍କ ପାଇଁ ଲାଭଦାୟକ ନା ସେମାନେ ବିଜେପିର ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଠକାମୀ ର ଶିକାର ହେଇଛନ୍ତି। ଆମେ ଆପଣଙ୍କୁ ପୁରା ଖବର ପଢ଼ିବା ପାଇଁ ଅନୁରୋଧ କରୁଛୁ। ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ରାଜ୍ୟରେ ମହିଳା ମାନଙ୍କୁ ବିଜେପି ସରକାର ରାଜ୍ୟରେ ଗଠନ ହେଲେ ୫୦୦୦୦ ଟଙ୍କାର ଭାଉଚର ବା କୁପନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯାହା ଫଳରେ ମହିଳା ମାନେ ତାଙ୍କ ଇଚ୍ଛା ମୁତାବକ କିଣା କିଣି କରିପାରିବେ। କିନ୍ତୁ ବର୍ତ୍ତମାନ ଓଡିଶାରେ ସରକାର ଗଠନ ର ୧୦୦ ଦିନ ପୁରି ଯାଉଥିବା ବେଳେ ରାଜ୍ୟର ବିଜେପି ସରକାର କେବଳ ୨୧ ବୟସ ରୁ ୬୦ ବୟସର ମହିଳା ମାନେ ସୁଭଦ୍ରା ଯୋଜନା ର ଉପକାର ବା ଲାଭ ପାଇବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଯୋଗ୍ୟ ମହିଳା ମାନେ ପ୍ରତି ଛଅ ମାସରେ ୫୦୦୦ ଟଙ୍କା ହିସାବରେ ପୁରା ୫୦୦୦୦ ଟଙ୍କା ପାଇବା ପାଇଁ ପାଞ୍ଚ ବର୍ଷ ଲାଗିଯିବ। ଆଉ ଏହି ପାଞ୍ଚ ବର୍ଷ ମଧ୍ୟରେ ଯଦି କେହି ମହିଳା ୬୦ ବର୍ଷର ହେଇଯିବେ ତାହାହେଲେ ତାଙ୍କୁ ଆଉ ଯୋଜନାର କିସ୍ତି ୫୦୦୦ ଟଙ୍କା ମିଳିବ ନାହିଁ। ଏହି ଯୋଜନାର ଲାଭ ପାଇବା ପାଇଁ ନିଜର ବ୍ୟାଙ୍କ ରେ ଆବଶ୍ୟକ କାଗଜପତ୍ର କାମ ସମ୍ପାଦନ କରିବାକୁ ମହିଳା ମାନେ ପ୍ରାୟ ୧୨-୧୨ ଘଣ୍ଟା ବ୍ୟାଙ୍କ ସମ୍ମୁଖରେ ଲାଇନ ରେ ଲାଗିଥିଲେ। କିନ୍ତୁ ଥରେ ଚିନ୍ତା କରି ଦେଖନ୍ତୁ ତ ସୁଭଦ୍ରା ଯୋଜନା ଓଡିଶାର ନିରୀହ ମହିଳା ମାନଙ୍କୁ କଣ ଲାଭ ପହୁଞ୍ଚାଇବ। ଛଅ ମାସ ରେ ଥରେ ୫୦୦୦ ଟଙ୍କା ନେଇ ସେମାନେ କଣ ବା କରିପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଇ ଏହାଦ୍ବାରା ମହିଳା ମାନେ ଉନ୍ନତି କରିବା ସହ ସ୍ବାବଲମ୍ବୀ ହେବା କଥା କୁହା ଯାଉଛି। ଚାହା କିମ୍ବା ମୁଢି ଦୋକାନ ବା ଗୁପଚୁପ ଦୋକାନ ଟିଏ ମଧ୍ୟ କରିବା ପାଇଁ ଏହି ଟଙ୍କା ସମୁଦ୍ରକୁ ଶଙ୍ଖେ ପରି ହେବ। ରାଜ୍ୟର ମହିଳା ମାନେ ନୀରିହ ବୋଲି କେବଳ ସରକାର ଦିନରେ ଲଣ୍ଠନ ଦେଖାଇବା ପରି ସୁଭଦ୍ରା ଯୋଜନା ର ଫାଇଦା ବିଷୟରେ ପ୍ରଚାର ପ୍ରସାର କରୁଛନ୍ତି। ବରଂ ଯଦି ବା ବର୍ତ୍ତମାନର ରାଜ୍ୟ ସରକାର ତାଙ୍କ ଘୋଷଣା ଅନୁଯାୟୀ ଏକକାଳୀନ ୫୦୦୦୦ ଟଙ୍କା ଦେବା ରେ ବିଫଳ ହେଲେ ତାହାହେଲେ ନିଜ ବା ରାଜ୍ୟ ସରକାରଙ୍କ ଗ୍ୟାରେଣ୍ଟି ରେ ଯୋଗ୍ୟ ବିବେଚିତ ମହିଳା ମାନଙ୍କ ପାଇଁ ୫୦୦୦୦ ଟଙ୍କା ଭିତରେ କିଛି ସ୍ବାବଲମ୍ବୀ ହେବା ଭଳି ଧନ୍ଦା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ଅନୁଷ୍ଠାନ ଗୁଡିକରୁ ସହାୟତା ରାଶି ପ୍ରଦାନ କରିବାକୁ ବ୍ୟବସ୍ଥା କରି ପାରିଥାନ୍ତେ। ଯାହାକୁ ବା ସେହି ୫୦୦୦୦ ତାଙ୍କର ରାଶିକୁ ରାଜ୍ୟ ସରକାର ପାଞ୍ଚ ବର୍ଷ ମଧ୍ୟରେ ସେହି ଆର୍ଥିକ ସହାୟତା ପ୍ରଦାନ କରିଥିବା ଅନୁଷ୍ଠାନକୁ ଫେରସ୍ତ କରି ଦେଇଥାନ୍ତେ। କିନ୍ତୁ ସେମିତି କିଛି ସରକାର କଲେନାହିଁ। ଆଉ ଛଅ ମାସ ରେ ପାଞ୍ଚ ହଜାର ଟଙ୍କା ନେଇ ଗରିବ ଘରର ନୀରିହ ମହିଳା ମାନେ ବରଂ ଟିକେ ଅଳସୁଆ ହେଇ ଯିବାର ଆଶଙ୍କା ରହିଛି। କାରଣ ସେତିକି ଟଙ୍କାରେ ସେମାନେ ସ୍ବାବଲମ୍ବୀ ତ ହେଇ ପାରିବେ ନାହିଁ ବରଂ ତାଙ୍କର ଛୋଟ ଛୋଟ ଆବଶ୍ୟକତା ପାଇଁ ସେମାନେ କିଛି ସମୟ ପାଇଁ ପରିଶ୍ରମ କରି ରୋଜଗାର ନ କରି ସେହି ୫୦୦୦ ଟଙ୍କାକୁ ଖର୍ଚ୍ଚ କରିବେ। ବିଜୁ ଜନତା ଦଳ ସରକାର ସମୟରୁ ବିଭିନ୍ନ ପ୍ରକାରର ଯୋଜନାକୁ ଅନେଇବାରେ ଅଭ୍ୟସ୍ତ ଆମ ରାଜ୍ୟର ନୀରିହ ମହିଳା କିଛି ବୁଝି ନ ପାରି ସୁଭଦ୍ରା ଯୋଜନା କୁ ଦେଖି ବେଶ ଖୁସି ଥିବା କିଛି ଚାଟୁକାର ବା ଗୋଧି ଗଣମାଧ୍ୟମ ମାନେ ଖବର ପ୍ରସାରଣ କରୁଛନ୍ତି। କିନ୍ତୁ ଆପଣ ମାନେ ଏବେ ଜାଣି ପାରୁଥିବେ ଯେ ଏହି ସୁଭଦ୍ରା ଯୋଜନା ରାଜ୍ୟର ନୀରିହ ମହିଳା ମାନଙ୍କ ପାଇଁ କିଛି କାମର ନୁହେଁ ବରଂ ସେମାନଙ୍କୁ ବୋକା ବନାଯାଇ ବିଜେପି ତାର ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି। ନିରୀହ ମହିଳା ମାନଙ୍କୁ ଯୋଜନା ବାହାନାରେ ଠକା ଯାଉଥିବା ସ୍ପଷ୍ଟ ହେଇଯାଇଛି।

 

 

Onida Ad
Square Ad 1
Leave A Reply

Your email address will not be published.