Webportal

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି

sanitry
0 100

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି।ସୋମବାର ଦିନ ରାଜ୍ୟ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲା ପାଳଲହଡା ଅଂଚଳରେ ଉଦଘାଟିତ ହେବାକୁ ଥିବାବିଭିନ୍ନ ପ୍ରକଳ୍ପ ର ଫଳକ କୁ ଭାଙ୍ଗିଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାୟକ। ପ୍ରାୟ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ଫଳକ ଭାଙ୍ଗିବା ସହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରେ ରୀନାରାଣୀଙ୍କ ସହାୟତା କରିଥଲେ। ଏହି ଘଟଣାର ସ୍ଥାନୀୟ ବଡଖବର ପ୍ରତିନିଧି ବିଭୁ ଖମାଣିଆ ଖବର ସଂଗ୍ରହ ଓ ପ୍ରସାରଣ କରାଇଥିଲେ। ଉକ୍ତ ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ ଏହି ଖବର ପ୍ରସାରଣ ପରେ ଆକ୍ରୋଶ ମୂଳକ ଭାବେ ବିଜେଡି ର କିଛି ସ୍ଥାନୀୟ କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ବାଇକ ଭାଙ୍ଗି ଯାଉଥିବା ବେଳେ ତାଙ୍କୁ ଗଭୀର ଆଘାତ ଲାଗିଛି। ସାମ୍ୱାଦିକ ଜଣଙ୍କ ଏହି ଘଟଣାର ଲିଖିତ ଅଭିଯୋଗ କରିଛନ୍ତି ଓ ପୋଲିସ ଏଫଆଇଆର ଗ୍ରହଣ ମଧ୍ୟ କରିଛି। କିନ୍ତୁ ଆମକୁ ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେପରି କିଛି ଚେଷ୍ଟା କରିନାହିଁ। ରାଜ୍ୟରେ ବର୍ତ୍ତମାନ ବିଜେପି ସରକାର ଥିବା ସମୟରେ ପାଲଲହଡା ରୁ ମଧ୍ୟ ବିଜେପି ର ବିଧାୟକ ଅଛନ୍ତି। ତେଣୁ ପୋଲିସ ବିଜେଡି କର୍ମୀଙ୍କୁ ଗିରଫ ନ କରିବା ପାଇଁ କାହା ଚାପରେ ରହିଛି ତାହା ଏକ ଗୁଢ଼ ରହସ୍ୟ ହୋଇ ରହିଛି। କାରଣ ଅଭିଯୋଗକାରୀ ର କହିବା ଅନୁଯାୟୀ ପୋଲିସ କୌଣସି ଚାପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି।

 

 

Square Ad 1
Leave A Reply

Your email address will not be published.