Webportal

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ

ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ

sanitry
0 88

ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଟିତ ଜିନ୍ଦଲ ପାଇଁ ଆରପିଡିଏସି ମିଟିଂ କୁ କଂଗ୍ରେସର ଜୋରଦାର ବିରୋଧ।ଜିନ୍ଦଲ ଏକ ଜାଗା ଚୋର ଜମି ଚୋର: କଂଗ୍ରେସ।ଜିନ୍ଦଲ ବିରୁଦ୍ଧରେ କମ ଦାମରେ ଦରକାର ନ ଥିବା ସତ୍ତ୍ୱେ ଲୋକଙ୍କ ଜମି ହଡ଼ପ ଅଭିଯୋଗ।ଆଜି ବୁଧବାର ଅପରାହ୍ନରେ ଅନୁଗୁଳ ସହର ସର୍କିଟ ହାଉସ ଠାରେ ଜିନ୍ଦଲ ଦ୍ଵାରା ଜମି ଅଧିଗ୍ରହଣ କୁ ନେଇ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ। ତାଙ୍କ ସହିତ ଛେଣ୍ଡିପଦା ବିଧାୟକ, ଆରଡିସି, ଆଇଜି, ଅନୁଗୁଳ ଜିଲ୍ଲାପାଳ ଆଦି ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ମାନେ ବୈଠକରେ ଉପସ୍ଥିତ ରହିଥିଲେ। ବୈଠକ ଚାଲିଥିବା ସମୟରେ କଂଗେସ ପକ୍ଷରୁ ଏଆଇସିସି ସଦସ୍ୟା ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏହାର ଜୋରଦାର ବିରୋଧ କରାଯାଇଥିଲା। ସସ୍ମିତା ଓ ଅନ୍ୟ ମାନଙ୍କ କହିବା ଅନୁଯାୟୀ ବୈଠକରେ କ୍ଷତିଗ୍ରସ୍ତ ବଡ କେରଜେଙ୍ଗ ଗ୍ରାମର ନା ସରପଞ୍ଚ ନା ତ ଗ୍ରାମ କମିଟି ଦ୍ଵାରା ମନୋନୀତ କୌଣସି ବ୍ୟକ୍ତି ଙ୍କୁ ଉପସ୍ଥିତ ରହିବାକୁ ଦିଆ ଯାଇଥିଲା। ତା ବାଦ କଂଗେସ ପକ୍ଷରୁ କୁହାଯାଇଛି ଯେ ଜିନ୍ଦଲ ୨୪୦୦ ଏକର ଜମି ରେ କାରଖାନା କରିଥିବା ବେଳେ ୪୫୦୦ ଏକର ସର୍ବସାଧାରଣ ଜମିକୁ ସରକାରଙ୍କୁ ଧରି ହାତେଇଛି। ଯେଉଁ ଜମି ପାଈଁ ବୈଠକ ଚାଲିଛି ସେହି ଜମି ଜିନ୍ଦଲ ୨୦୦୫ ରୁ ନେଇଥିବା ବେଳେ ୨୦୧୩ ପର୍ଯ୍ୟନ୍ତ ଦଖଲ କରି ନ ଥିଲେ। ତେଣୁ ସସ୍ମିତାଙ୍କ କହିବା ଅନୁଯାୟୀ ନିୟମ ଅନୁସାରେ ଲୋକଙ୍କୁ ୨୦୧୩ ର ନିୟମ ଅନୁଯାୟୀ ଜମିର ମୂଲ୍ୟ ମିଳିବା ଉଚିତ। ଏପରି ନ କରି କେବଳ ଜିନ୍ଦଲ ହିତରେ ଏକପାଖିଆ ବୈଠକ ଅନୁଷ୍ଠିତ କରା ଯାଇଛି। ସସ୍ମିତା ଆହୁରି କହିଛନ୍ତି ଯେ ବୈଠକରେ କେବଳ ଜିନ୍ଦଲ ର ଦଲାଲ ମାନଙ୍କୁ ବସା ଯାଇଛି। ଜିନ୍ଦଲ ହେଉଛି ଏକ ଜାଗା ଚୋର ଓ ଜମି ଚୋର କମ୍ପାନୀ। ସସ୍ମିତାଙ୍କ କହିବା ଅନୁଯାୟୀ ଜିନ୍ଦଲ କର୍ତ୍ତୃପକ୍ଷ ବର୍ତ୍ତମାନ ସେଲ ବା ଡମି କିମ୍ବା କହିପାରିବେ ନକଲିପ୍ରାୟ କମ୍ପାନୀ ତିଆରି କରି ଲୋକଙ୍କ ଜମି ହଡ଼ପ କରୁଛି। ସେହି ଡମି କମ୍ପାନୀରେ ଜିନ୍ଦଲ ର ନିଜ ଉଚ୍ଚପଦସ୍ତ କର୍ମଚାରୀ ମାନେ ଅଂଶୀଦାର ଅଛନ୍ତି। ଏହିସବୁ କାର୍ଯ କେବଳ ଲୋକଙ୍କ ଜମୀକୁ ହଡ଼ପ କରିବା ପାଇଁ ଜିନ୍ଦଲ ଦ୍ଵାରା କରାଯାଉଛି। ଯଦି ଲୋକଙ୍କୁ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ କଂଗେସ ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ କରାଯିବା ସହ ଆଇନର ଆଶ୍ରୟ ମଧ୍ୟ ନିଆଯିବ ବୋଲି ସସ୍ମିତା ବେହେରା ଚେତାବନୀ ଦେଇଛନ୍ତି।

Square Ad 1
Leave A Reply

Your email address will not be published.